ପ୍ରତୀକ୍ଷାଙ୍କ ସମ୍ବଲପୁରୀ ଡାଲଖାଇ ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ତରଫରୁ ନୂଆଖାଇ ଭେଟଘାଟ ଉପଲକ୍ଷେ ସ୍ଥାନୀୟ ବିଜୟ କ୍ଲବ ଠାରେ ସମ୍ବଲପୁର ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି. ଏଥିରେ ପାରଳାଖେମୁଣ୍ଡି ସହରର ପ୍ରତୀକ୍ଷା ପାତ୍ର ସମ୍ବଲପୁରୀ ଡାଲଖାଇ ନୃତ୍ୟ ପରିବେଷଣ ବେଶ ଉଚ୍ଚକୋଟୀର ଥିଲା. ଯାହାକି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବା ସହ ସମସ୍ତଙ୍କ ମନକୁ ମୋହିଥିଲା. ପ୍ରତୀକ୍ଷା ପାତ୍ର ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି. ସେ ପାରଳା ସହରର ସୁପରିଚିତ ଅବସରପ୍ରାପ୍ତ ଶିକ୍ଷକ ହରିଶଚନ୍ଦ୍ର ସାହୁଙ୍କ ନାତୁଣୀ ଅଟନ୍ତି. ପ୍ରତୀକ୍ଷା ପାତ୍ରଙ୍କ ପିତା ପ୍ରଶାନ୍ତ ପାତ୍ର, ମାତା ତନୁଜା ପାତ୍ର, ଆଈ ନିରୁପମା ପାତ୍ରଙ୍କ ପ୍ରେରଣାରେ 6 bars ବୟସ ଠାରୁ ଓଡିଶୀ, ସମ୍ବଲପୁରୀ ଏବଂ ବିଭିନ୍ନ ଭଜନର ନୃତ୍ୟ ଶିଖିବା ଆରମ୍ଭ କରିଥିଲେ. ପ୍ରତୀକ୍ଷା ପାତ୍ର ପାରଳାଖେମୁଣ୍ଡିର ଲୋକପ୍ରିୟ ନୃତ୍ୟାଷ୍ଠାନ ପଦାମୃତ ନୃତ୍ୟାୟନ ଅନୁଷ୍ଠାନର ଗୁରୁ ବିଷ୍ଣୁପ୍ରିୟା ଓ ପ୍ରୀତିପ୍ରିୟା ବେହେରାଙ୍କ ଦ୍ୱାରା ଉଚ୍ଚକୋଟୀର ନୃତ୍ୟ ଶିକ୍ଷାଲାଭ କରିଛନ୍ତି. ଗଜପତି ଜିଲ୍ଲା ଏବଂ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଭିନ୍ନଭିନ୍ନ ସମୟରେ ଆୟୋଜିତ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବେଶ ପ୍ରଂଶସିତ ହୋଇପାରିଛନ୍ତି. କେବଳ ଗଜପତି ଜିଲ୍ଲା ନୁହେଁ ଭୁବନେଶ୍ୱର ଠାରେ ଥିବା ରବିନ୍ଦ୍ର ମଣ୍ଡପ ଭଞ୍ଜକଳା ମଣ୍ଡପ ଇତି ମଧ୍ୟରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସିତ ହେବାସହ ପୁରସ୍କୃତ ମଧ୍ୟ ହୋଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ