ପ୍ରତ୍ୟର୍ପଣ ବିନା ଆଦାୟ ହେବ ଟଙ୍କା

ମୁମ୍ବାଇ, (ଏଜେନ୍ସି): ପଳାତକ ବିଜୟ ମାଲ୍ୟାଙ୍କଠାରୁ ସୁଧ ଟଙ୍କା ଆଦାୟ କରିବା ପାଇଁ ଇଡ଼ି ଯୋଜନା କରିଛି । କେବଳ ଯୋଜନା ନୁହେଁ ଇଡ଼ି ଅନୁସାରେ ମାଲ୍ୟାଙ୍କ ଠାରୁ ଏହି ରାଶି ଭାରତରେ ତାଙ୍କର ପ୍ରତ୍ୟର୍ପଣ ବିନା ମଧ୍ୟ ଆଦାୟ କରାଯାଇପାରିବ । ଇଡ଼ି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନେତୃତ୍ୱାଧିନ ବ୍ୟାଙ୍କ୍ର କନ୍ସୋର୍ଟିୟମ୍ ମାଧ୍ୟମରେ ମାଲ୍ୟାଙ୍କ ମଦ କମ୍ପାନୀ ୟୁନାଇଟେଡ଼୍ ବ୍ରେଭରିଜ୍ର ସୂଚନାକୁ ଏହି ସମ୍ବନ୍ଧରେ ଅନୌପଚାରିକ ତଥ୍ୟ ପ୍ରଦାନ କରିଛି । ଇଡ଼ି ବ୍ୟାଙ୍କ୍କୁ ୟୁନାଇଟେଡ଼୍ ବ୍ରେଭରିଜ୍ ସହିତ ସମ୍ପୃକ୍ତ ଶେୟାର ନିଲାମିକୁ ମଞ୍ଜୁରୀ ଦେବାକୁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ବ୍ୟାଙ୍କ୍ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ବିନା ମଧ୍ୟ ଋଣ ଭାବେ ନିଜର ଫସିଥିବା ରାଶି ଆଦାୟ କରିପାରିବେ । କୋର୍ଟର ମଞ୍ଜୁରୀ ପରେ ଇଡ଼ି ଏହି ଯୋଜନାରେ କାମ ଆରମ୍ଭ କରିପାରିବ । ଋଣ ପ୍ରଦାନକାରୀ ବ୍ୟାଙ୍କ୍ ଓ ନିବେଶକ ଏହି ପ୍ରକ୍ରିୟାର ଅପେକ୍ଷା କରି ରହିଛନ୍ତି । ଯଦ୍ୱାରା ଅତିଶୀଘ୍ର ମାଲ୍ୟାଙ୍କ ଠାରୁ ବକେୟା ରାଶି ଆଦାୟ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ