ପ୍ରତ୍ୟର୍ପଣ ବିରୋଧି ଅପିଲ୍ ପାଇଁ ମାଲ୍ୟାଙ୍କ ପୁନଃ ଆବେଦନ 

ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ): ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟେନ୍ର ଉଚ୍ଚ ନ୍ୟାୟାଳୟରେ ନିଜ ପ୍ରତ୍ୟର୍ପଣ ବିରୋଧରେ ଅପିଲ କରିବା ପାଇଁ ପୁଣି ଆବେଦନ କରିଛନ୍ତି । ମାଲ୍ୟାଙ୍କ୍ର ଏହା ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆଉ ଏକ ପ୍ରୟାସ ବୋଲି କୁହାଯାଉଛି । ମାଲ୍ୟ ୯ହଜାର କୋଟି ଟଙ୍କାର ଠକେଇ ଓ ମନିଲଣ୍ଡ୍ରିଂ ମାମଲାରେ ଭାରତରୁ ପଳାୟନ କରି ପଳାତକ ଘୋଷିତ ହୋଇଛନ୍ତି । କିଙ୍ଗଫିଶର୍ ଏୟାର୍ଲାଇନ୍ର ପୂର୍ବତନ ପ୍ରବର୍ତ୍ତକ ୬୩ ବର୍ଷୀୟ ମାଲ୍ୟା ଅପିଲ ପାଇଁ ଅନୁମତି ଯାଚିକାର ପୂର୍ବ ଚେଷ୍ଟା ଏହା ପୂର୍ବରୁ ଶୁକ୍ରବାର ଅସଫଳ ହୋଇସାରିଛି । ଏହାପରେ ମାଲ୍ୟାଙ୍କ ନିକଟରେ ପୁନଃ ସଂକ୍ଷିପ୍ତ ଶୁଣାଣୀ ପାଇଁ ଆବେଦନର ନବୀନୀକରଣ ନିମନ୍ତେ ପଞ୍ଚମ କାର୍ଯ୍ୟ ଦିବସର ସମୟ ଥିଲା । ନ୍ୟାୟାଳୟର ଜଣେ ଅଧିକାରୀଙ୍କ ଅନୁସାରେ ଏକ ରିନ୍ୟୁଆଲ୍ ଫର୍ମ ମିଳିଛି । ଏହାକୁ ଆଗାମୀ ଦିନରେ ସୂଚିବଦ୍ଧ କରାଯିବ । ବ୍ରିଟେନ୍ର ଗୃହ ମନ୍ତ୍ରୀ ସାଜିଜ ଜାଭିଦ ମାଲ୍ୟାଙ୍କ ପ୍ରତ୍ୟର୍ପଣର ନ୍ୟାୟାଳୟର ଆଦେଶ କ୍ରମେ ଫେବ୍ରୁଆରୀରେ ଦସ୍ତଖତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ