ପ୍ରତ୍ୟେକ ବ୍ୟକ୍ତି ଭୋଟ ଦେବା ବାଧ୍ୟତାମୂଳକ ଓ ନେତାମାନଙ୍କର ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ପାଇଁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଶ୍ୱର ସର୍ବବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ଭାରତର ଗଣତନ୍ତ୍ରର ବୟସ ଯେତିକି ଯେତିକି ବୃଦ୍ଧି ପାଉଛି, ଗଣତନ୍ତ୍ରର ପଦ୍ଧତି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରତିନିଧି ବା ରାଜନେତାମାନଙ୍କର ଚାରିତ୍ରିକ ଗୁଣାବଳୀରେ ସେତିକି ଦୁର୍ନୀତି, ଅପରାଧ ବଢି ବଢି ଚାଲିଛି । ତେଣୁ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଡ୍ ଅଫ୍ ଦି ଟାଇମ୍ ପକ୍ଷରୁ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ପାଇଁ ଏକ ଜାତୀୟସ୍ତରୀୟ ଅଭିଯାନ ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବ ବୋଲି ହୋଟେଲ କେଶରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଡ୍ ଅଫ୍ ଦି ଟାଇମ୍‌ର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର ପୃଷ୍ଟି ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ମାନଙ୍କରେ ପ୍ରଚଳିତ ନିର୍ବାଚନ ପଦ୍ଧତି ଓ ଆମ ଦେଶର ନିର୍ବାଚନ ପଦ୍ଧତି ସମ୍ପର୍କରେ ତୁଳନାତ୍ମକ ସମୀକ୍ଷା କରାଯିବା ସହ ଆମ ଦେଶର ରାଜନୈତିକ ବିଷାରଦମାନଙ୍କର ମତାମତକୁ ଆଧାର କରି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଅଭିଯାନ ଚାଲିବା ସହିତ ମୁଖ୍ୟ ନିର୍ବାଚନ କମିଶନର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏ ସମ୍ପର୍କରେ ଦାବିପତ୍ର ତଥା ରାଜନୈତିକ ବିଷାରଦମାନଙ୍କର ମତାମତ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ