ପ୍ରଥମଥର ପାଇଁ ଏହି ନାୟିକା ଏବଂ ନିର୍ଦ୍ଦେଶକଙ୍କ ସହିତ କାମ କରିଲେ ନାୟକ ଦୀପକ

ଓଲିଉଡ଼ର ଅନ୍ୟତମ ଲୋକପ୍ରିୟ ନାୟକ ଦୀପକଙ୍କୁ ମିଳିଛି ଏକ ନୂଆ ସିନେମା । ନିକଟରେ ତାଙ୍କର ଅଭିନୀତ ଏକ ଫିଲ୍ମ “ଜୋରକା ଝଟକା ” ପରଦାକୁ ଆସିଥିଲା ।
ଓଲିଉଡ଼ ନାୟକ ଦୀପକଙ୍କ ଫ୍ୟାନମାନଙ୍କ ପାଇଁ ଏକ ଭଲ ଖବର । ତା’ ହେଲା ଯେ ଦୀପକ ପ୍ରଥମ ଥର ପାଇଁ ଜଣେ ନାମୀ ନିର୍ଦ୍ଦେଶକଙ୍କ ସହିତ କାମ କରିବାର ସୁଯାଗ ପାଇଛନ୍ତି । ଏହି ନିର୍ଦ୍ଦେଶକଜଣକ ହେଲେ ସୁଧାକର ବସନ୍ତ । ସୁଧାକରଙ୍କ ନିର୍ଦ୍ଦେଶନାରେ ଅନୁଭବ, ଅରିନ୍ଦମ୍‌, ବାବୁସାନ୍ ଓ ସମ୍ବିତଙ୍କ ଭଳି ଅଧିକାଂଶ ଆଗ ଧାଡ଼ିର ନାୟକ କାମ କରିଛନ୍ତି, ହେଲେ ଦୀପକଙ୍କୁ ପ୍ରଥମ ଥର ଲାଗି ଏହି ସୁଯୋଗ ମିଳିଛି । ଯେଉଁ ଓଡ଼ିଆ ସିନେମାରେ ଦୀପକ ପ୍ରଥମ ଥର ଲାଗି ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ସହ କାମ କରିବାକୁ ଯାଉଛନ୍ତି, ତାର ଟାଇଟଲ୍ ହେଲା ‘ଧଡ଼କନରେ ତୁ’ । ଏହି ଫିଲ୍ମରେ ଦୀପକ ପ୍ରଥମ ଥର ପାଇଁ ନାୟିକା ଭାବେ ସସ୍ମିତାଙ୍କ ସହିତ ସ୍କ୍ରିନ୍ ସେଆର୍ କରିବେ । ସସ୍ମିତା ହେଉଛନ୍ତି ସେହି ନାୟିକା ଯିଏ “ହାପି ଲକି’ ସିନେମା ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ