ପ୍ରଥମଥର ପାଇଁ ସାରା ଓଡିଶାରେ ଅଭିନବ ଅଭିଯାନ
ମାୟାଧର ନାୟକ
ବ୍ୟାସନଗରରେ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ସୁବର୍ଣ୍ଣ ଜୟନ୍ତୀ ଓ ମହାନାୟକ ନେତାଜୀ ଜୟନ୍ତୀ ବ୍ୟାସନଗର, ୨୦/୦୧: ପ୍ରଥମଥର ପାଇଁ ସାରା ଓଡିଶାରେ ଅଭିନବ ଅଭିଯାନ । ବ୍ୟାସନଗରରେ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ସୁବର୍ଣର୍ ଜୟନ୍ତୀ ଓ ମହାନାୟକ ନେତାଜୀ ଜୟନ୍ତୀ । ମହାସମ୍ମିଳନୀ ୨୩ ଜାନୁଆରୀ ୨୦୨୩ । ପୂର୍ବାହ୍ନ ୧୧ ଘଟିକା ଉତ୍ସବ ପ୍ୟାଲେସ୍ ଯାଜପୁର ରୋଡରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ମହାସମ୍ମିଳନୀର କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ନାୟକ କହିଲେ – ସକାଳ ୯ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଯାଜପୁର ରୋଡ ସହରରେ ଆଜାଦୀ ଠେଙ୍ଗାବାହିନୀ ମାର୍ଚ୍ଚ ଫାଷ୍ଟ୍ କରିବେ । ପୂର୍ବାହ୍ନ ୧୧ ଘଟିକା ସମୟରେ ଉତ୍ସବ ପ୍ୟାଲେସ୍ ଠାରେ ମହାସମ୍ମିଳନୀର ଖୋଲା ଅଧିବେଶନ ହେବ । ପ୍ରଥମେ ମହାନାୟକ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ସଂଗୀତ ଗାନ କରାଯିବ । ସଭାପତିତ୍ୱ କରିବେ କୃଷକ ଲକ୍ଷ୍ମଣ ଦାଶ, ପ୍ରତିଷ୍ଠାତା ଚିଫ୍ କମାଣ୍ଡର, ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ । ଆବାହନୀ ସଂଗୀତ “ଜୀବନର ଜୟଗାନ” ପରିବେଷଣ କରିବେ ଆର୍ତ୍ତବନ୍ଧୁ ମହାନ୍ତ । ସମ୍ମାନୀତ ଅତିଥି ଭାବେ ଓଡିଶା ହାଇକୋର୍ଟର ବିଶିଷ୍ଟ ଆଇନ୍ଜୀବୀ ବିଭୂପ୍ରସାଦ ତ୍ରିପାଠୀ ଯୋଗଦେବେ । ଅନ୍ୟତମ ବକ୍ତା : ଆକାଶ ଦାସନାୟକ, ପୂର୍ବତନ ବିଧାୟକ, କୋରେଇ ନିର୍ବାଚନ ମଣ୍ଡଳୀ । ମୁଖ୍ୟବକ୍ତା ମାୟାଧର ନାୟକଙ୍କ ଦୀକ୍ଷାନ୍ତ ଭାଷଣ – ସମଗ୍ର ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧ ଘନଘଟା, ମହାମାରୀ କରୋନାର କୋକୁଆ କୁହାଟ, ବିଶ୍ୱବ୍ୟାପୀ କ୍ଷୁଧା, ରୋଗ, ପାପରୁ ମୁକ୍ତି, ମହାନାୟକ ନେତାଜୀଙ୍କ ମୃତ୍ୟୁ ଓ ତାଙ୍କ ଆଦର୍ଶ ସଂପର୍କରେ । ଖୋଲା ଅଧିବେଶନ ଶେଷ ଓ ଅତିଥି / ପ୍ରତିନିଧିମାନଙ୍କ ଚର୍ଚ୍ଚା । ଦ୍ୱିତୀୟ ଅଧିବେଶନ ଅପରାହ୍ନ ୫ଟା ବେଳେ ପରିଚାଳନା କରିବେ କମାଣ୍ଡର କୃଷକ ଲକ୍ଷ୍ମଣ ଦାଶ । ମାୟାଧର ନାୟକ ସମ୍ବିଧାନ, ଶପଥପତ୍ର ସଂପର୍କରେ ପ୍ରସ୍ତାବ ଆଗତ କରିବେ । ଉପସ୍ଥିତ ପ୍ରତିନିଧିମାନେ ବକ୍ତବ୍ୟ ରଖିବେ । ସମ୍ବିଧାନ ଓ କମିଟି ଗଠନ ପ୍ରସ୍ତାବ ଗୃହିତ କରାଯିବ । ପରେ ପରେ “ହାତ ନଥିଲେ ନଥାଉ ପଛେ, କାହିଁ ବା ତିଳେ ବ୍ୟଥା, ମାଟି ଉପରେ ପାଦ ଅଛି ତ, ଆକାଶ ତଳେ ମଥା” । ଦୁଇ ହାତ ନଥିବା ଝିଅ ଉର୍ବଶୀ ଦାସ – ଶିକ୍ଷିତା, ଶିକ୍ଷୟତ୍ରୀ, ଗୋଡରେ ଲେଖାପଢା, ଗୋଡରେ ପରିବା କଟା, ଗୋଡରେ ରୋଷେଇ, ଗୋଡରେ ଖାଇବା ପ୍ରମୂଖ କାର୍ଯ୍ୟକ୍ରମ ମଞ୍ଚ ଉପରେ ପରିବେଷଣ କରିବେ । ଦୁଃସାହାସୀ ନାରୀ ଅଟୋଚାଳିକା ସନ୍ତୋଷୀ ଦେଓ ତାଙ୍କର ବ୍ୟଥା, ବେଦନା, ସଂଘର୍ଷ ଓ ସାହସିକତାର କାହାଣୀ ବଖାଣିବେ । ଶେଷରେ ଆଜାଦୀ ଠେଙ୍ଗାବାହିନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କିତ ଭିଡିଓ ବଡ ପରଦାରେ ପରିବେଷଣ କରାଯିବ ।ବମ୍ବେରୁ ଫିଲମ୍ ଡାଇରେକ୍ଟର ଲର୍ଡସ୍ ଅଫ୍ ୟୁନିଭର୍ସ – ଶ୍ରୀ ଜଗନ୍ନାଥଙ୍କ ଉପରେ ନବକଳେବର ଡକ୍ୟୁମେଣ୍ଟାରୀ ଫିଲ୍ମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡିଶାର ବରପୁତ୍ର ଶିବୁ ପୃଷ୍ଟିଙ୍କ ଆଠଜଣିଆ ଟିମ୍ ଲଳିତେନ୍ଦୁ ଦାସଙ୍କ ନେତୃତ୍ୱରେ ୨୨ ତାରିଖରେ ପହଞ୍ଚି ସମସ୍ତ କାର୍ଯ୍ୟକ୍ରମକୁ ଫେସ୍ବୁକ୍, ୟୁ-ଟ୍ୟୁବ୍ରେ ସିଧାପ୍ରସାରଣ କରିବେ । ଏହି ମହାସମ୍ମିଳନୀରେ ଆଜାଦୀ ଠେଙ୍ଗାବାହିନୀ ସୈନିକଙ୍କ ସଙ୍ଗେ ବିଭିନ୍ନ ରାଜ୍ୟରୁ ବିଶିଷ୍ଟବ୍ୟକ୍ତି ଓଡିଶାର କଳକାରଖାନା, ଖଣିଖାଦାନ ଶିଳ୍ପାଞ୍ଚଳରୁ ଶ୍ରମିକନେତାଗଣ ଦକ୍ଷିଣ ଓଡିଶା, ପଶ୍ଚିମ ଓଡିଶା, ଉତ୍ତର ଓଡିଶା ଓ ପୂର୍ବ ଓଡିଶାର କବି/ଲେଖକ, ସାହିତ୍ୟିକ/ସାହିତ୍ୟିକା, ଶିକ୍ଷାବିତ୍, ସଂଗ୍ରାମୀ ଯୁବଛାତ୍ର ଓ ସାମ୍ବାଦିକ ବନ୍ଧୁଗଣ ଯୋଗଦେବେ । ସମସ୍ତଙ୍କ ପାଇଁ ଆମ ପ୍ରିୟ ସହର ବ୍ୟାସନଗରରେ ରହିବାଖାଇବାର ବନ୍ଦୋବସ୍ତ କରାଯାଇଛି । ଦୂରଦୁରାନ୍ତରୁ ଆସୁଥିବା ସେନା/ପ୍ରତିନିଧିମାନେ ୨୨ ତାରିଖ ସଂଧ୍ୟା ସୁଦ୍ଧା ଯାଜପୁର ରୋଡ ଉତ୍ସବ ପ୍ୟାଲେସ୍ରେ ପହଞ୍ôଚବାକୁ ଶ୍ରୀ ନାୟକ ଅନୁରୋଧ କରିବା ସଂଗେ ସଂଗେ ସହରବାସୀଙ୍କୁ ସମସ୍ତ ପ୍ରକାର ସହାନୁଭୂତି ଓ ସହଯୋଗ ଦେବାକୁ ନିବେଦନ କରିଛନ୍ତି ।