ପ୍ରଥମ ଅଂଶୁଘାତର ଶିକାର ହେଲେ ୩୮ ବର୍ଷର ଯୁବକ
ଧାମନଗର (ସନ୍ତୋଷ କୁମାର ପ୍ରଧାନ) :-ପ୍ରଚଣ୍ଡ ଖରାର ତାତିର ଚାରିଆଡେ ଦାଉଦାଉ ଜଳୁଛି। ମାଟିରୁ ବାମ୍ଫ ବାହାରୁଛି । ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଧାମନଗର ବ୍ଲକରେ ଆଜି ପ୍ରଥମ ଅଂଶୁଘାତର ଶିକାର ହୋଇଛନ୍ତି ଜଣେ ୩୮ ବର୍ଷର ଯୁବକ। ସୂଚନାନୁଯାୟୀ ଆଜି ଧାମନଗର ବ୍ଲକ କରଦା ପଞ୍ଚାୟତ ମୁହାଁଣପଡା ଗ୍ରାମର ଭିକାରୀ ସାହୁଙ୍କ ମଝିଆଁ ପୁଅ ମାନୋଗୋବିନ୍ଦ ସାହୂ(୩୮) ଘରୁ ସକାଳେ ଏକ ସାଇକେଲରେ ଧୂପ ବେପାର କରିବାକୁ ଯାଇଥିଲେ । ପ୍ରାଏ ଦିନ ଗୋଟାଏ ବେଳେ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତା ମଙ୍ଗଳପୁର ଛକ ନିକଟ ରାସ୍ଥା କଡ଼ରେ ପ୍ରଚଣ୍ଡ ଖରା କାରଣରୁ ମାନଗୋବିନ୍ଦ ବେହୋସ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନକରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ମାନଗୋବିନ୍ଦ ଧୂପ ବେପାର କରିବା ସହ ରାଜମିତ୍ରୀ କାମ ମଧ୍ୟ କରନ୍ତି। ତାଙ୍କର ୪ ବର୍ଷର ଗୋଟେ ଛୁଟ ପୁଅଟେ ଥିବା ଜଣାଯାଇଛି ।