ପ୍ରଥମ ଏକଦିବସୀୟ ମ୍ୟାଚ ହାରିଲା ଭାରତ
ଚେନ୍ନାଇ: ପ୍ରଥମ ଦିନିକିଆ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ରେ ବାଜିମାତ୍ କରିଛି ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜର ସିମରନ ହେଟ୍ମେୟର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଭାରତ ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ବୋଲର ଆଗରେ ଭଲ ପ୍ରଦର୍ଶନ କରିନଥିଲା । ଶ୍ରେୟସ ଆୟର ଓ ଋଷବ ପନ୍ତଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ୫୦ ଓଭର ଖେଳି ୨୮୭ ରନ୍ କରି ୮ ୱିକେଟ ହରାଇଥିଲା । ଦ୍ୱିତୀୟ ପାଳିରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ ୨୮୮ ଳକ୍ଷ୍ୟ ରହିଥିଲା । ସିମ୍ରାନ ଓ ସାଇହୋପର ଧୁଆଁଧାର ବେଟିଂ ବଳରେ ସେଞ୍ଜୁରୀ ବଳରେ ଭାରତକୁ ପରାସ୍ତ କରିଥିଲେ ।


