ପ୍ରଥମ ଓଡ଼ିଆ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ୮୮ତମ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରଥମ ଓଡ଼ିଆ ବାରିଷ୍ଟର, ଜାତିପ୍ରାଣ, ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ୮୮ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ୟୁନିଟ୍-୮ସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଉତ୍କଳରତ୍ନ ଥିଲେ ସମଗ୍ର ଉତ୍କଳ ତଥା ଭାରତର ମହାନ୍ ଆଇନ୍ ବିଶାରଦମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ । ତାଙ୍କର କୃତି ଓ କିର୍ତ୍ତୀ ସମଗ୍ର ବିଶ୍ୱରେ ଏକ ଦିପ୍ତିମନ୍ତ ପ୍ରତିଭା ଭାବେ ଶ୍ରଦ୍ଧା ରହିଛି ଓ ରହିବ । ଏହି ଅବସରରେ ସଂଗ୍ରାମୀ, ପୂଜ୍ୟପୂଜା ପ୍ରାଣ ବିଜୟ ପରିଡ଼ା ସରକାରଙ୍କ ସଂସ୍କୃତି ବିଭାଗ ଅନୁସଚିବ ଳକ୍ଷ୍ମୀଧର ବେହେରା, ବି ମୂରଲୀଧର ଓ ଭାଷାପ୍ରାଣ ଯୁବ ସମାଜସେବୀ ନିରଞ୍ଜନ ସାହୁଙ୍କୁ ବିଶ୍ୱନାଥ ମିଶ୍ର ସ୍ମୃ୍ତି ସମ୍ମାନ ପ୍ରଦାନ କରାଯାଇଥିଲା । ଅଭିଯାନର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ଡଃ ଅସିତ ଦାସ, ସବ୍ୟସାଚୀ ମିଶ୍ର, ବିଜୟ ଶତପଥୀ, ସୂର୍ଯ୍ୟ ମିଶ୍ର, ସୁରେନ୍ଦ୍ର କୁମାର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।