ପ୍ରଥମ ତରୁଣ ଶହୀଦ ଖୁଦିରାମ ବୋଷଙ୍କ ଜୟନ୍ତୀ ପାଳନ
ବ୍ରହ୍ମପୁର,(ଅନିଲ କୁମାର): ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିଜିପୁର କମ୍ୟୁନିଟି ହଲ ଠାରେ ଦେଶର ପ୍ରଥମ ତରୁଣ ଶହୀଦ ଖୁଦିରାମ ବୋଷଙ୍କ ୧୩୫ତମ ଜୟନ୍ତୀ ପାଳନ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ସମିତି ସମ୍ପାଦକ ଏସ.ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଆୟୋଜିତ ହୋଇ ଶହୀଦ ଖୁଦିରାମଙ୍କ ଜୀବନୀ ସମ୍ପର୍କରେ ଆଲୋଚନା ହୋଇଥିଲା l ଏକଦା ପରାଧୀନ ଭାରତରେ ଛାତ୍ର ଯୁବକ ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇ ବ୍ରିଟିଶ ସରକାର ବିରୁଦ୍ଧରେ ଲଢେଇ କରିଥିଲେ l ୧୮୮୯ ମସିହା ଡିସେମ୍ବର ୩ ତାରିଖ ଦିନ ବଙ୍ଗଳାର ମେଦିନୀପୁର ହବିବପୁର ଗ୍ରାମରେ, ବାପା ତ୍ରୟଲୋକ୍ୟ ନାଥ ଓ ମା ଲକ୍ଷ୍ମୀପ୍ରିୟା ଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ଖୁଦିରାମ ଦିନେ ସମଗ୍ର ଦେଶରେ ଘରେ ଘରେ ପରିଚିତ ହୋଇପଡ଼ିଥିଲେ l ଖୁଦିରାମଙ୍କ ଆତ୍ମବଳିଦାନ ସେଦିନ ଭାରତର ଅଗଣିତ ଛାତ୍ର ଯୁବକଙ୍କୁ ଉଦବେଳିତ କରିଥିଲା l ଯେତେଦିନ ପର୍ଯ୍ୟନ୍ତ ଶୋଷଣ ଅତ୍ୟାଚାର, ଜୁଲୁମ ଥିବ, ଏହା ବିରୁଦ୍ଧରେ ସଂଗ୍ରାମୀ ଖୁଦିରାମ ବୋଷଙ୍କ ଶହୀଦତ୍ବ ପ୍ରେରଣା ଯୋଗାଇବ ବୋଲି ସଭାରେ ମତବ୍ୟକ୍ତ ପାଇଥିଲା l ଆଜିର ସ୍ମୃତି ସଭାରେ ସମାଜସେବୀ ବିଜୟ କୁମାର ପାଢ଼ୀ, ବିରେନ କୁମାର ବେହେରା, ଆପ ର ନେତା ଆଦିତ୍ୟ ନାରାୟଣ ରଥ,ଅବନୀ ଗୟା ବକ୍ତବ୍ୟ ପ୍ରଦାନ କରିଥିଲେ l