ପ୍ରଥମ ଥର ପାଇଁ ଅଭିଷେକ-ରାଜକୁମାର ଏକାଠି

ମୁମ୍ବାଇ : ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଆଗାମୀ ସିନେମା ‘ଲୁଡୋ’ରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା, ଫାତିମା ସନା ଶେଖ, ଆଦିତ୍ୟ ରାୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ଓ ଆଶା ନେଗିଙ୍କ ଭଳି କଳାକାର ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷ ୨୪ ଏପ୍ରିଲରେ ରିଲିଜ୍‌ ହେବାକୁ ଯାଉଛି। ଅନୁରାଗ, ଅଭିଷେକ, ରାଜକୁମାର ଶୁକ୍ରବାର ଏହି ଫିଲ୍ମର ପୋଷ୍ଟର ଟ୍ବିଟରରେ ଶେୟାର କରି ଏହାର ଘୋଷଣା କରିଛନ୍ତି। ଏହା ଶେୟାର କରି ସେମାନେ ଲେଖିଛନ୍ତି ଯେ ଚାଲନ୍ତୁ ‘ହାଶ୍‌ଟ୍ୟାଗଲୁଡୋ’ ଖେଳିବା। ସିନେମାଘରେ ୨୪ ଏପ୍ରିଲ୍‌ ୨୦୨୦ରେ ରିଲିଜ୍‌ ହେବ। ଏହାପୂର୍ବରୁ ଅନୁରାଗଙ୍କ ନିର୍ଦ୍ଦେଶିତ ଶେଷ ସିନେମା ‘ଜଗ୍‌ଗା ଜାସୁସ’ ୨୦୧୭ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ରଣବୀର କପୁର ଓ କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା। ସେହିପରି ଅଭିଷେକ ‘ଲୁଡୋ’ ବ୍ୟତୀତ ୨୦୧୨ର ଥ୍ରୀଲର ଫିଲ୍ମ ‘କହାନୀ’ର ସିକ୍ବେଲରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଶୁଟିଂ ୨୦୨୦ ପ୍ରଥମରୁ ହେବ ବୋଲି ଆଶା କରାଯାଉଛି। ‘ଲୁଡୋ’ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ରାଜକୁମାରଙ୍କ ଫିଲ୍ମ ‘ଶିମଳା ମିର୍ଚ’ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ଆସନ୍ତା ବର୍ଷ ୩ ଜାନୁଆରୀ ୨୦୨୦ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ରାଜକୁମାରଙ୍କ ସହିତ ହେମାମାଳିନୀ, ରକୁଲପ୍ରୀତ ସିଂ ଓ ଶକ୍ତି କପୁର ମଧ୍ୟ ନଜର ଆସିବେ। ରମେଶ ସିପ୍ପି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ