ପ୍ରଥମ ଥର ପାଇଁ ପୁରୀ ରେ ଅୟୋଜିତ ହେଲା ବିଜିନେସ୍ ମନ୍ତ୍ରା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ପ୍ରଥମ ଥର ପାଇଁ ପୁରୀର ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଛି ‘ବିଜନେସ୍ ମନ୍ତ୍ର’ । ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତା ର ମନ୍ତ୍ର ଦେବା ପାଇଁ ଶ୍ରୀକ୍ଷେତ୍ରରେ ନୂଆ ଭିତ୍ତପ୍ରସ୍ତର ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି ଶ୍ରୀକ୍ଷେତ୍ର ର ସୁନା ଝିଅ ତଥା ମେକଅପ୍ ଏବଂ ବିୟୁଟି ପ୍ରଶିକ୍ଷିକା ମାମୁନ୍ ଦାଶ । ପୁରୀ ରେ କ୍ଷୁଦ୍ର ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାମୁନ ଦାଶ ଙ୍କ ସହିତ ସହିତ ରାଜ୍ୟର ଅନେକ ଅଭିଜ୍ଞ ସଫଳ ଉଦ୍ୟୋଗୀ, କର୍ପୋରେଟ ରାଜନୀତିଜ୍ଞ, ପ୍ରଶିକ୍ଷକ ଓ ବ୍ୟବସାୟିକ ନେତୃତ୍ବ ନେଉଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବିଜିନେସ୍ କୋଚ୍ ଶ୍ରୀଯୁକ୍ତ ଅମିତ ସରାଫ, ମାର୍କେଟିଂ ଏକ୍ସପର୍ଟ ପୂଜାରିଣୀ ବେହୁରିଆ, ବିଜିନେସ୍ ପ୍ରଶିକ୍ଷକ ତଥା କର୍ପୋରେଟ ରଣନୀତିକାର ଡାଃ ଆଦର୍ଶ ରଥ | ଆଧୁନିକ ଜ୍ଞାନ କୌଶଳକୁ ଆଧାର କରି ବ୍ୟବସାୟ କ୍ଷେତ୍ରରେ କ୍ଷୁଦ୍ର ବ୍ୟବସାୟୀ ମାନେ କିପରି ଅଧିକ ସସକ୍ତ ହୋଇପାରିବେ, ଏହି ସମ୍ପର୍କିତ ଟିପ୍ସ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କ୍ଷୁଦ୍ର ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସମସ୍ତ ଉଦ୍ୟୋଗୀ ଙ୍କ ଆର୍ଥିକ ଓ ବ୍ୟବସାୟିକ ଅଭିବୃଦ୍ଧି ହେବା ସହିତ ବ୍ୟବସାୟ କ୍ଷେତ୍ରରେ ପୁରୀକୁ ସ୍ଵତନ୍ତ୍ର ପରିଚୟ ଦେବା ପାଇଁ ମାମୁନ୍ ଦାଶ ଙ୍କର ଏହି ନିଆରା ପଦକ୍ଷେପ ପାଇଁ ସାଧାରଣରେ ତାଙ୍କୁ ଅନେକ ପ୍ରଶଂସା କରାଯାଇଛି ।