ପ୍ରଥମ ଥର ପାଇଁ ୨ ଗରିଲାଙ୍କୁ କରୋନା
ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ଥିବା ସାନ ଡିଏଗୋ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ୨ ଗରିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶିତ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗରିଲାଙ୍କୁ କରୋନା ହେବାରେ ଏହା ହେଉଛି ପ୍ରଥମ ମାମଲା। ପୂର୍ବରୁ ବିଶ୍ବର କୌଣସି ବି ସ୍ଥାନରେ ଗରିଲାକୁ କରୋନା ହୋଇଥିବା ଦେଖିବାକୁ ମିଳିନାହିଁ। ପ୍ରାଣୀ ଉଦ୍ୟାନରେ ଥିବା ଏହି ଦୁଇ ଗରିଲା ଗତ ସପ୍ତାହରେ କାଶିବା ଆରମ୍ଭ କରିବାରୁ ସେମାନଙ୍କୁ ପରୀକ୍ଷା କରାଯାଇଥିଲା। ପରୀକ୍ଷା କରାଯିବା ପରେ ସେମାନେ କରୋନା ସଂକ୍ରମିତ ବୋଲି ଜାଣିବାକୁ ମିଳିଥିଲା। ଏହି ଦୁଇ ଗରିଲାଙ୍କ ବ୍ୟତୀତ ଉଦ୍ୟାନରେ ଥିବା ଅନ୍ୟ ଜଣେ ଗରିଲା ଶରୀରରେ ମଧ୍ୟ କରୋନା ସଂକ୍ରମିତ ଥିବା ଜାଣିବାକୁ ମିଳିଛି।