ପ୍ରଥମ ଥର ଶକିରା-ଜେନିଫର ଏକାଠି
ଆମେରିକାର ସବୁଠାରୁ ବଡ଼ ଫୁଟ୍ବଲ୍ ଲିଗ୍ ସୁପର ବାଉଲ ପୁଣିଥରେ ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ ଉତ୍ସବରେ ହଲିଉଡ୍ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଜେନିଫର ଲୋପେଜ୍ ଓ ଶକିରା ଧମାଲ ମଚାଇଛନ୍ତି। ରବିବାର ହୋଇଥିବା ‘ସୁପର ବାଉଲ ଏଲ୍ଆଇଭି’ର ହାଫ୍ ଟାଇମ୍ରେ ଶକିରା ଓ ଜେନିଫର ନିଜ ଏନର୍ଜି ଭରା ପରଫରମାନ୍ସରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଇଛନ୍ତି। ଏହି ଦୁହେଁ ହଲିଉଡ୍ର ସବୁଠାରୁ ଲୋକପ୍ରିୟ ଓ ମହଙ୍ଗା ସେଲିବ୍ରିଟି। ରୁବି ରେଡ୍ ଆଉଟ୍ଫିଟ୍ରେ ଶକିରା ସମସ୍ତ ଦର୍ଶକଙ୍କୁ ସ୍ବାଗତ କରିଥିଲେ। ସେ ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତ ‘ହିପ୍ସ ଡୁ ନଟ୍ ଲାଇ’ ଗାଇଥିଲେ। ସେହିପର ଜେନିଫର ସିଲ୍ଭର ହ୍ବାଇଟ୍ ରଙ୍ଗର ସୁନ୍ଦର ଡ୍ରେସ୍ ପିନ୍ଧି ପରଫରମାନ୍ସ ଦେଇଥିଲେ। ଉଭୟଙ୍କ ଧମାକାଦାର ପରଫରମାନ୍ସ ଦେଖି ଜନତା ନିଜ ଉତ୍ସାହ ରୋକି ପାରି ନ ଥିଲେ। ସେମାନଙ୍କ ସହ ଜେନିଫରଙ୍କ ଝିଅ ଇମେ ମାରିବେଲ ମୁନିଜ୍ ମଧ୍ୟ ବହୁତ ସୁନ୍ଦର ପରଫରମାନ୍ସ ଦେଇଥିଲେ। ଏହି ପରଫରମାନ୍ସ ପରେ ହଲିଉଡ୍ର ବଡ଼ ବଡ଼ କଳାକାର ଶକିରା, ଜେନିଫର ଓ ଏମିଙ୍କୁ ପ୍ରଶଂସା କରିଥିବାବେଳେ ସୋସାଲ ମିଡିଆରେ ‘ହାଶ୍ଟ୍ୟାଗ୍ ବାଉଲ ହାଲ୍ଫଟାଇମ୍ଶୋ’ ଟ୍ରେଣ୍ଡ କରିବାରେ ଲାଗିଛି। ଟ୍ବିଟର ଓ ଇନ୍ଷ୍ଟାଗ୍ରାମ୍ରେ ଜେନିଫର ଓ ଶକିରାଙ୍କ ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ଶକିରା ଓ ଜେନିଫର ମଞ୍ଚରେ ଏକା ସାଙ୍ଗରେ ପରଫରମାନ୍ସ କରିଛନ୍ତି।