ପ୍ରଥମ ଦିବସରେ ନାମାଙ୍କନ ଦାଖଲ ହେଲାନାହିଁ : ଚୂଡାନ୍ତ ହୋଇପାରିନୀ କୌଣସି ଦଳର ପ୍ରାର୍ଥୀ
ଗଂଜାମ, (ବିନୋଦ ପଲାଇ) :ରାଜ୍ୟ ରେ ପୌର ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିବସରେ ଗଞ୍ଜାମ ଓ ରମ୍ଭା ଏନ ଏ ସି ରେ କେହି ବି ଜଣେ ପ୍ରାର୍ଥୀ ପତ୍ର ଦାଖଲ କରି ନଥିବା ଜଣା ପଡ଼ିଛି । ରମ୍ଭା ଏନ ଏ ସି ପାଇଁ ନିର୍ବାଚନ ଅଧିକାରୀ ରୂପେ ଅତିରିକ୍ତ ତହସିଲଦାର ଜ୍ୟୋତିମର୍ୟୀ ଦାସ ଦାୟିତ୍ୱ ଥିବା ବେଳେ ଗଂଜାମ ଏନ ଏ ସି ପାଇଁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ନିର୍ବାଚନ ଅଧିକାରୀ ଦାୟିତ୍ୱ ରେ ଅଛନ୍ତି ।ଚଳିତ ମାସ ୨୪ତାରିଖରେ ପୌର ନିର୍ବାଚନ ଭୋଟ୍ ଯାନ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ୨ ତାରିଖ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ତାରିଖ ସ୍ଥିର ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସୂଚନାଯୋଗ୍ୟ ଗଞ୍ଜାମ ଏନ ଏ ସି ରେ ୧୨ଟି ୱାର୍ଡ ଥିବା ବେଳେ ରମ୍ଭା ଏନ ଏସି ରେ ୧୩ଟି ୱାର୍ଡ ରହିଛି । ଗତ ନିର୍ବାଚନ ରେ ଦୁଇଟି ଯାକ ଏନ ଏସି ବିଜୁ ଜନତା ଦଖଲ ରେ ଥିବା ଜଣା ପଡ଼ିଛି ।ବର୍ତ୍ତମାନ ସୁଦ୍ଧା କୌଣସି ଦଳର ପାର୍ଥିଙ୍କ ନାମ ଚୂଡ଼ାନ୍ତ ହୋଇ ନଥିବା ଜଣାପଡିଛି ।