ପ୍ରଥମ ଦେଖାରେ ପ୍ରେମିକଙ୍କ ପରିବାର ଲୋକଙ୍କୁ କରନ୍ତୁ ଇମ୍ପ୍ରେସ
ଯଦି ଆପଣ ପ୍ରେମ ସମ୍ପର୍କ ରହିଛି, ତେବେ ପ୍ରେମିକଙ୍କ ବାପା ମାଙ୍କୁ ସାକ୍ଷାତ କରିବା ସବୁଠାରୁ କାଠିକର ପାଠ । ତେଣୁ ପ୍ରେମିକଙ୍କ ବାପାମା’ଙ୍କୁ ସାକ୍ଷାତ କରିବା ପୂର୍ବରୁ କିଛି ପ୍ରସ୍ତୁତି କରିନିଅନ୍ତୁ । ଯଦିଓ ସେହି ପରିସ୍ଥିତିରେ କ’ଣ ହେବ କେହି ଜାଣିନଥାନ୍ତି । ତେବେ ପୂର୍ବରୁ କିଛି କିଛି ପ୍ରସ୍ତୁତି କରିଥିଲେ ଆପଣଙ୍କୁ ବେଶି କିଛି ସମସ୍ୟାରେ ପଡି ନପାରନ୍ତି । ଖାଲି ହାତରେ ଯାଆନ୍ତୁ ନାହିଁ: ଲଞ୍ଚ, ଡିନର କିମ୍ବା ବ୍ରେକଫାଷ୍ଟ ହେଉ ବା ଆଉ କୌଣସି ଅବସରରେ ଯେତେବେଳେ ବି ପ୍ରେମିକଙ୍କ ବାପାମା’ଙ୍କୁ ଭେଟିବାକୁ ଯାଉଛନ୍ତି ତେବେ କେବେ ହେଲେ ବି ଖାଲି ହାତରେ ଯାଆନ୍ତୁ ନାହିଁ । କିଛି ନ ହେଲେ ନାହିଁ କେବଳ ଫୁଲ ବି ନେଇ ଯାଇପାରିବେ । ଏହା ଦ୍ୱାରା ଆପଣଙ୍କ ପ୍ରତି ତାଙ୍କର ପ୍ରଥମ ଇମ୍ପ୍ରେସନ ଭଲ ରହିବ । କଥା ହେବା ପୂର୍ବରୁ ଚିନ୍ତା କରନ୍ତୁ: ପ୍ରେମିକଙ୍କ ମା’ବାପାଙ୍କ ସହ କିଭଳି କଥା ହେବେ ତାହା ପୂର୍ବରୁ ଯୋଜନା କରନ୍ତୁ । ସେମାନଙ୍କୁ କେଉଁ ବିଷୟରେ କଥା ହେବାକୁ ଭଲ ଲାଗେ ତଥା ସେମାନଙ୍କର ପସନ୍ଦ ତାହା ସାଥୀଙ୍କ ଠାରୁ ବୁଝିନିଅନ୍ତୁ । ହାଲୁକା ପୁଲୁକା ଭାବେ କଥା ହୁଅନ୍ତୁ । ଧର୍ମ ଓ ରାଜନୀତି ସମ୍ପର୍କରେ ଆଦୌ ଆଲୋଚନା କରନ୍ତୁ ନାହିଁ । ପ୍ରଥମ ସାକ୍ଷାତରେ ଏଭଳି ଆଲୋଚନା କଲେ ମାମଲା ସମ୍ବେଦନଶୀଳ ହୋଇଯିବ । ପ୍ରଶଂସା କରନ୍ତୁ: କଥାବାର୍ତ୍ତା ହେବା ବେଳେ ସେମାନେ ତାଙ୍କ ପୁଅଙ୍କୁ ଉତ୍ତମ ଭାବେ ଲାଳନପାଳନ କରିଛନ୍ତି । ତାଙ୍କ ପୁଅକୁ ସାଥୀ ଭାବେ ପାଇ ଆପଣ ଗର୍ବିତ ବୋଲି କୁହନ୍ତୁ । ଏହା ଶୁଣିବା ପରେ ନିଶ୍ଚିତ ଭାବେ ସାଥୀଙ୍କ ବାପାମା’ ଖୁସି ହେବେ ଏବଂ ଆପଣଙ୍କ ପ୍ରତି ତାଙ୍କର ମନୋଭାବ ଭଲରହିବ । ସାଙ୍ଗରେ ମିଶି କିଛି କାମ କରନ୍ତୁ: ଯଦି ଆପଣ ବୟଫ୍ରେଣ୍ଡଙ୍କ ଘରକୁ ଯାଉଛନ୍ତି, ତେବେ ତାଙ୍କ ଘର ଲୋକଙ୍କୁ କିଛି କାମରେ ସାହାଯ୍ୟ କରନ୍ତୁ । ଡାଇନିଂ ଟେବୁଲରେ ଖାଦ୍ୟ ପରଷି ନେବେ । ପ୍ଲେଟ ସଫା କରିବାରେ ମଧ୍ୟ ସାହାଯ୍ୟ କରିପାରିବେ । ଏହା ଦ୍ୱାରା ସାଥୀଙ୍କ ବାପାମା’ ନିଶ୍ଚିତ ଭାବେ ପ୍ରଭାବିତ ହେବେ । ସଠିକ ପୋଷାକ ଚୟନ କରନ୍ତୁ: ସାଥୀଙ୍କ ବାପାମା’ଙ୍କୁ ପ୍ରଥମେ ସାକ୍ଷାତ କରିବାକୁ ଯାଉଥିଲେ ଶାଳୀନ ପୋଷାକ ପିନ୍ଧନ୍ତୁ । ଲାଟେଷ୍ଟ ଟ୍ରେଣ୍ଡର ପୋଷାକ ନ ପିନ୍ଧି କିଛି କ୍ଲାସିକ ପୋଷାକ ପିନ୍ଧନ୍ତୁ । ସବୁଠାରୁ ବଡ଼ କଥା ହେଲା ବୟଫ୍ରେଣ୍ଡଙ୍କ ବାପାମା’ଙ୍କ ସହ ଦେଖା ହେବାକୁ ଯାଉଥିଲେ ହେଲା ନିର୍ଦ୍ଧାରିତ ସମୟରେ ପହଞ୍ଚନ୍ତୁ । ସେମାନଙ୍କୁ ବେଶି ସମୟ ଅପେକ୍ଷା କରାଇବା ଠିକ୍ ନୁହେଁ । ସେହିପରି ନିଜେ ଯେମିତି ଠିକ୍ ସେମିତି ରୁହନ୍ତୁ । ଭଲ ଦେଖାଇବା ଚକ୍କରରେ ଦେଖାଇ ହୁଅନ୍ତୁ ନାହିଁ ।


