ପ୍ରଥମ ପତ୍ନୀଙ୍କୁ ପ୍ରଶଂସା କଲେ ସୈଫ୍
ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ତାଙ୍କର ପ୍ରଥମ ସ୍ତ୍ରୀ ଅମୃତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି । ଅମୃତା ହିଁ ତାଙ୍କୁ କାମ କରିବାର ଶୈଳୀ ଶିଖାଇଛନ୍ତି । ନିଜ କାମକୁ କିପରି ଗମ୍ଭୀରତାର ସହ ନେବ ତାହା ହିଁ ଅମୃତା ଶିଖାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କଥା ହେବା ଅବସରରେ ସୈଫ୍ ଏପରି କହିଛନ୍ତି । ସେ କହିଛନ୍ତି, ମାତ୍ର ୨୦ ବର୍ଷ ବୟସରେ ଘରୁ ପଳାଇ ବିବାହ କରିଥିଲେ । ନିଜ ଲକ୍ଷ୍ୟ ଉପରେ ହସିଲେ ତାହା କେବେ ହେଲେ ମିଳିବ ନାହିଁ ବୋଲି ଅମୃତା ତାଙ୍କୁ ଶିଖାଇଥିବା ସୈଫ୍ କହିଛନ୍ତି । ୧୯୯୪ରେ ୟଶ୍ ଚୋପ୍ରାଙ୍କ ଫିଲ୍ମ “ପରମ୍ପରା’ରେ ସୈଫ୍ଙ୍କୁ ପ୍ରଥମ ସୁଯୋଗ ମିଳିଥିଲା । ଏଥିରେ ସୁନୀଲ ଦତ୍ତ, ବିନୋଦ ଖାନ୍ନା, ଅମୀର ଖାଁ, ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ।
ସୈଫ୍ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ ଅମୃତାଙ୍କୁ ବିବାହ କରିଥିଲେ । ସେମାନଙ୍କର ୨ଟି ପିଲା ସାରା ଏବଂ ଇବ୍ରାହିମ୍ ଅଛନ୍ତି । ୨୦୦୪ରେ ସେମାନଙ୍କ ଡିଭର୍ସ ହାଇଥିଲା । ଏହା ପରେ ୨୦୧୨ରେ ସୈଫ୍ ନିଜଠାରୁ ୧୦ ବର୍ଷ ସାନ କରୀନା କପୁରଙ୍କୁ ବିବାହ କଲେ । ତୈମୁର ନାମକ ସେମାନଙ୍କର ଗୋଟିଏ ପୁଅ ଅଛନ୍ତି ।


