ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ସମସ୍ତ ପ୍ରସ୍ତୁତ ସନ୍ତୋଷଜନକ ହୋଇଛି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆସନ୍ତା କାଲି ୧୬ ଫେବୃୟାରୀ ତାରିଖ ଦିନ ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ଦିଗପହଣ୍ଡି ଏବଂ ପୋଲସରାର ସମସ୍ତ ବୁଥ୍ ପ୍ରସ୍ତୁତ ହୋଇ ସାରିଛି । ପ୍ରସ୍ତୁତ ହୋଇଥିବା ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ନିୟୋଜିତ ଥିବା ନୋଡାଲ୍ ଅଧିକାରୀଗଣ ପରିଦର୍ଶନ କରି ସବୁ ଠିକ୍ ଥିବା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସୋରଡା ବ୍ଲକ୍ କାର୍ଯ୍ୟାଳୟରେ ପୋଲିଂ ପାର୍ଟିଙ୍କୁ ସମସ୍ତ ନିର୍ବାଚନ ସମ୍ପର୍କିତ ସାମଗ୍ରୀ ନେଇ ପଠାଇବା ଏବଂ ନିର୍ବାଚନ ଶେଷ କରି ପୋଲିଂ ପାର୍ଟିଗଣ କିଭଳି ନିର୍ବାଚନ ସାମଗ୍ରୀ ଦାଖଲ କରିବେ ଏଥିନେଇ ଜିଲ୍ଲାପାଳ ସମସ୍ତ ସମୀକ୍ଷା କରିଛନ୍ତି । ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ୍ ର ପୋଚିଲିମା ଗ୍ରାମପଞ୍ଚାୟତର ଦୁଇଗୋଟି ଆଦର୍ଶ ମତଦାନ କେନ୍ଦ୍ର ପରିଦର୍ଶନ କରି ସବୁ ଠିକ୍ ଠାକ୍ ଥିବା ଜଣାଇଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ଜଗନ୍ନାଥ ପ୍ରସାଦର କେତେଗୁଡିଏ ବ୍ଲକ୍ ର ବୁଥ୍ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତି ସନ୍ତୋଷଜନକ ଥିବା ଜଣାଇଛନ୍ତି । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଶେ ୧୬୪୫ ଗୋଟି ପୋଲିଂପାର୍ଟି ସମସ୍ତ ୧୬୪୫ ଗୋଟି ପୋଲିଂ ବୁଥ୍ ରେ ପହଞ୍ଚି ସାରିଛନ୍ତି ଏବଂ ସମସ୍ତ ପୋଲିଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ସମସ୍ତ ପୋଲିଂ ବୁଥ୍ ରେ ପୋଲିସ୍ କର୍ମଚାରୀଗଣ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନିମନ୍ତେ ନିଯୁକ୍ତ ଅଛନ୍ତି । ଯେଉଁ ପୋଲିଂ ଅଧିକାରୀ ଗଣ ନିର୍ବାଚନ ନିଯୁକ୍ତି ଆଦେଶ ପାଇ ମଧ୍ୟ ସଂପୃକ୍ତ ବ୍ସକ୍ କାର୍ଯ୍ୟାଳୟରେ ତା.୧୪.୦୨.୨୦୨୨ ରିଖ ଦିନ ପୋଲିଂ କାର୍ଯ୍ୟରେ ଯୋଗଦେଇ ନାହାନ୍ତି ସେମାନଙ୍କ ତାଲିକା ଗୋଷ୍ଠୀ ଉନ୍ନୟନ ଅଥିକାରୀ ତଥା ନିର୍ବାଚନ ଅଧିକାରୀଗଣ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇଛନ୍ତି । ସେମାନଙ୍କୁ ନିର୍ବାଚନ ଆଇନ୍ ଅନୁଯାୟୀ କୈଫୟତ ମଗାଯାଇଅଛି ଏବଂ ସେମାନଙ୍କ ବିରୁଦ୍ଧରେ ଓ୍ବାରେଣ୍ଟ ନୋଟିସ୍ ପଠାଯିବାର ବ୍ୟବସ୍ଥା ହେଉଛି ।