ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ : ୫୭ ପ୍ରାର୍ଥୀ ନିର୍ବାଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ରବିବାର ବନ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରୁ ବସନ୍ତିଆରେ ୧୪, ଟିଲୋରେ ୫, ସେଣ୍ଢତୀରା ରେ ୧୫, ପୁରୁଷଣ୍ଢରେ ୧୧, ସରମରାରେ ୧୨ ଜୋନ୍ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହୋଇଥିଲା । ପୂର୍ବରୁ କାଦବରାଙ୍ଗ ୧୫, ଗଣିଜାଙ୍ଗ ୧୫, ରାମକୃଷ୍ଣପୁର ୧୫, ଟିଲୋ ୧୦, ପୁରୁଷଣ୍ଢ ୪, ବସନ୍ତିଆ ୧, ସରମରା ସମିତିର ୩ ଜୋନ୍‌ରେ ପ୍ରାର୍ଥୀ ମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସେଣ୍ଢତୀରା, ବସନ୍ତିଆ, ସରମରା, ଟିଲୋ, ପୁରୁଷଣ୍ଢ ସମିତିରେ ସର୍ବାଧିକ ବିଜେଡି ସମର୍ଥୀତ ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ