ପ୍ରଥମ ଭାଲେଣ୍ଟାଇନ୍‌ ଡେ’କୁ କରନ୍ତୁ ଖାସ୍‌

ଭାଲେଣ୍ଟାଇନ୍‌ ଡେ’ ପ୍ରେମ କରୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କେତେକ ଲୋକେ ଏହି ସ୍ପେସାଲ ଦିନରେ ନିଜ ପ୍ରେମକୁ ଖୋଜୁଥିବାବେଳେ କେତେକ କପଲ ସାଥୀଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି। କିନ୍ତୁ ସାଧାରଣତଃ ପୁଅମାନେ ନିଜ ପ୍ରଥମ ଭାଲେଣ୍ଟାଇନ୍‌ ଡେ’କୁ ନେଇ ସବୁବେଳେ ଦ୍ବନ୍ଦ୍ବ ଓ ନର୍ଭସ ରହିଥାନ୍ତି। ଭାଲେଣ୍ଟାଇନ୍‌ ଡେ’ ପାଇଁ ପ୍ରସ୍ତୁତି କିପରି କରିବେ ଓ ପାର୍ଟନରଙ୍କୁ କିପରି ଇମ୍ପ୍ରେସ୍‌ କରିବେ ତାହାକୁ ନେଇ ଚିନ୍ତାରେ ରହନ୍ତି। ଏଠାରେ ଏମିତି କେତେକ ଟିପ୍ସ ଦିଆଯାଇଛି, ଯାହା ଅନୁସରଣ କରି ଆପଣ ପ୍ରଥମ ଭାଲେଣ୍ଟାଇନ୍‌ ଡେ’କୁ ସ୍ମରଣୀୟ ଓ ସ୍ପତନ୍ତ୍ର କରିପାରିବେ।
ସାର୍ବଜନୀନ ସ୍ଥାନରେ କରନ୍ତୁ ସାକ୍ଷାତ : ସାଧାରଣତଃ ଭାଲେଣ୍ଟାଇନ୍‌ ଡେ’ରେ ଲୋକେ ସାଥୀଙ୍କ ସହିତ ଏକାନ୍ତରେ ସମୟ ବିତାଇବାକୁ ଚାହିଥାନ୍ତି। କିନ୍ତୁ ଯଦି ଏହା ଆପଣଙ୍କ ପ୍ରଥମ ଡେଟ୍‌, ତେବେ ସାର୍ବଜନୀନ ସ୍ଥାନ ଚୟନ କରନ୍ତୁ। ପବ୍ଲିକ୍‌ ପ୍ଲେସ୍‌ରେ ଝିଅମାନେ କମ୍ଫର୍ଟେବଲ ଅନୁଭବ କରନ୍ତି। ତେଣୁ ଆପଣ ସାଥୀଙ୍କ ସହିତ ଆରାମରେ କଥା ହେବା ସହ ସମୟ ବିତାଇପାରିବେ। ଆପଣ ଚାହିଲେ, ଆପଣଙ୍କ ପାର୍ଟନରଙ୍କ ପସନ୍ଦର ସ୍ଥାନ ମଧ୍ୟ ଚୟନ କରିପାରିବେ।
ଇମ୍ପ୍ରେସ କରିବାକୁ ଉଦ୍ୟମ କରନ୍ତୁ : ଯଦି ଆପଣ ନିଜ ପାର୍ଟନରଙ୍କୁ କୌଣସି ରେସ୍ତୋରାଁରେ ଦେଖା ହେବାକୁ ଯାଉଛନ୍ତି, ତେବେ ପାର୍ଟନରଙ୍କ ସହ ଭଦ୍ର ବ୍ୟବହାର କରନ୍ତୁ। ସାଥୀଙ୍କ ପାଇଁ ରେସ୍ତୋରାଁର କବାଟ ଖୋଲିବା, ବସିବା ପାଇଁ ଚେୟାର ବାହାର କରିବା, ସାଥୀ ବସିବା ପରେ ବସିବା ଆଦି ସାମ୍ନାବାଲାକୁ ଇମ୍ପ୍ରେସ୍‌ କରିପାରିବ। ଝିଅମାନଙ୍କୁ ପୁଅଙ୍କ ଏହି ଅନ୍ଦାଜ ବହୁତ ପସନ୍ଦ ଆସିଥାଏ।
ମୋବାଇଲ୍‌କୁ ସାଇଲେଣ୍ଟ ମୋଡ୍‌ରେ ରଖନ୍ତୁ : ପାର୍ଟନରଙ୍କୁ ସାକ୍ଷାତ କରିବା ପରେ ପ୍ରଥମେ ମୋବାଇଲ୍‌ ଫୋନ୍‌କୁ ସାଇଲେଣ୍ଟ କିମ୍ବା ଭାଇବ୍ରେସନ୍‌ ମୋଡ୍‌ରେ ରଖନ୍ତୁ। ଏପରି ନ କଲେ ବାରମ୍ବାର ଫୋନ୍‌ କଲ୍‌ କାରଣରୁ ଆପଣ ସାଥୀଙ୍କ ସହ ସମୟ ବିତାଇ ନ ପାରନ୍ତି। ଯଦି କୌଣସି ଜରୁରୀ କଲ୍‌ କରିବାର ଅଛି, ତେବେ ପାର୍ଟନରଙ୍କ ସହ କଥା ହେବା ପୂର୍ବରୁ କଲ୍‌ କରି ଦିଅନ୍ତୁ।
ଫୁଲ କିମ୍ବା ଉପହାର ନେଇ ଯାଆନ୍ତୁ : ଡେଟ୍‌ରେ ଗଲାବେଳେ କେବେ ବି ଖାଲି ହାତରେ ଯାଆନ୍ତୁ ନାହିଁ। ନିଜର ପ୍ରଥମ ଡେଟ୍‌ରେ ବିଶେଷକରି ଭାଲେଣ୍ଟାଇନ୍‌ ଡେ’ରେ ଫୁଲ କିମ୍ବା ଉପହାର ନେଇ ନିହାତି ଯାଆନ୍ତୁ। ଏହାଦ୍ବାରା ଆପଣଙ୍କ ଡେଟ୍‌ର ଆରମ୍ଭ ଖୁବ୍‌ ରୋମାଣ୍ଟିକ ହେବ।
ଠିକ୍‌ ସମୟରେ ପହଞ୍ଚନ୍ତୁ : ଡେଟ୍‌ରେ ଗଲାବେଳେ ଠିକ୍‌ ସମୟରେ କିମ୍ବା ପୂର୍ବରୁ ପହଞ୍ଚି ଯାଆନ୍ତୁ। ଏହାଦ୍ବାରା ଝିଅ ଆପଣଙ୍କୁ ବହୁତ ଡିସେଣ୍ଟ ଓ ସମୟାନୁବର୍ତ୍ତୀ ଭାବିବେ। ଯଦି ଆପଣ ନିଜ ପ୍ରଥମ ଡେଟ୍‌ରେ ବିଳମ୍ବରେ ପହଞ୍ଚନ୍ତି, ତେବେ ପ୍ରଥମରୁ ଆପଣଙ୍କ ଇମ୍ପ୍ରେସନ୍‌ ଖରାପ ହୋଇପାରେ।
ସାଥୀଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ : ଯଦି ପୁଅ ନିଜ ବିଷୟରେ ଅଧିକ କଥା ହୁଅନ୍ତି, ଝିଅମାନେ ଏହି ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ। ନିଜ ପାର୍ଟନରଙ୍କୁ ମଧ୍ୟ ନିଜ ସମ୍ପର୍କରେ କହିବାକୁ ସୁଯୋଗ ଦିଅନ୍ତୁ। ଏମିତି ନ କଲେ ପାର୍ଟନର ଶୀଘ୍ର ବୋର୍‌ ହୋଇଯାଇପାରନ୍ତି ଓ ଆପଣଙ୍କ ପ୍ରତି ତାଙ୍କର ନକାରାତ୍ମକ ଚିନ୍ତାଧାରା ଆସିପାରେ। ଯାହା ନୂଆ ସମ୍ପର୍କ ପାଇଁ ଠିକ୍‌ ନୁହେଁ।
ପାର୍ଟନରଙ୍କ ପ୍ରଶଂସା କରନ୍ତୁ : ପାର୍ଟନରଙ୍କ କୌଣସି କଥା କିମ୍ବା ଅନ୍ଦାଜ ପସନ୍ଦ ଆସିଲେ ତାଙ୍କ ପ୍ରଶଂସା ନିଶ୍ଚୟ କରନ୍ତୁ। ଏହାଦ୍ବାରା ଆପଣ ତାଙ୍କୁ ସ୍ପେସାଲ ଅନୁଭବ କରାଇପାରିବେ। କିନ୍ତୁ ମିଛ ପ୍ରଶଂସା କରିବାରୁ ଦୂରେଇ ରହନ୍ତୁ। ଏପରି କଲେ ଆପଣଙ୍କ ଇମେଜ୍‌ ଖରାପ ହୋଇପାରେ।
ପରଫ୍ୟୁମ୍‌ ଲଗାନ୍ତୁ : ଝିଅମାନଙ୍କୁ ସବୁବେଳେ ସଫା ସୁତୁରା ଏବଂ ହ୍ୟାଣ୍ଡସମ୍‌ ପୁଅ ପସନ୍ଦ। ଏପରିସ୍ଥଳେ ନିଜ ପ୍ରଥମ ଭାଲେଣ୍ଟାଇନ୍‌ ଡେଟ୍‌ରେ ସଫା ପୋଷାକ ପିନ୍ଧନ୍ତୁ। ଏଥିସହିତ ପରଫ୍ୟୁମ୍‌ ଓ ମାଉଥ୍‌ ଫ୍ରେଶନର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।
ସ୍ମୋକିଂ ଓ ଡ୍ରିଙ୍କ କରନ୍ତୁ ନାହିଁ : କେବେ ବି ଝିଅଙ୍କ ସାମ୍ନାରେ ସ୍ମୋକିଂ କିମ୍ବା ଡ୍ରିଙ୍କ କରନ୍ତୁ ନାହିଁ କିମ୍ବା ସାଥୀଙ୍କୁ ଏହା ଅଫର କରନ୍ତୁ ନାହିଁ। କାରଣ ଝିଅମାନଙ୍କୁ ସ୍ମୋକିଂ ଓ ଡ୍ରିଙ୍କସ୍‌ କରୁଥିବା ପୁଅ ଆଦୌ ପସନ୍ଦ ନୁହନ୍ତି।
ଡେଟ୍‌ ପରେ କଲ୍‌ କିମ୍ବା ମେସେଜ୍‌ କରନ୍ତୁ : ଯଦି ଆପଣ ରିଲେସନ୍‌ଶିପ୍‌କୁ ଆଗକୁ ବଢ଼ାଇବାକୁ ଚାହାନ୍ତି, ତେବେ ଡେଟ୍‌ ପରେ ଘରେ ଠିକ୍‌ରେ ପହଞ୍ଚିଲେ କି ନାହିଁ କଲ୍‌ କିମ୍ବା ମେସେଜ୍‌ କରି ବୁଝନ୍ତୁ। ଆପଣଙ୍କ ଏହି କେୟାରିଂ ବିହେବିଅର ସାଥୀଙ୍କୁ ଇମ୍ପ୍ରେସ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ