ପ୍ରଥମ ମୁଣ୍ଡ ନେଲା କରୋନା, ଆଜି ପୁଣି ୧୨ ପଜିଟିଭ୍‌

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ବିଗିଡିବାରେ ଲାଗିଛି । ଏହା ବର୍ତ୍ତମାନ ସଙ୍ଗୀନ ହେବା ସହ ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଛି । ମହାମାରୀ କରୋନା ଗଜପତିରେ ପ୍ରଥମ ମୁଣ୍ଡ ନେଇଛି । ମୃତକ ଜଣକ ଗୋଷାଣୀ ବ୍ଲକ ଡାଳିମ୍ବପୁର ଗ୍ରାମର ବୋଲି ଜଣାପଡିଛି ।ଯୁଗାବ୍ଦ ନ୍ୟୁଜ ତାଙ୍କୁ ପ୍ରଥମେ କରୋନା ଚିହ୍ନଟ ହେବା ପରେ ଆର.ସୀତାପୁର କୋଭିଡ୍ ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ବ୍ରହ୍ମପୁରରେ ତାଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ଆଜି ପୁଣି ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ୧୨ଜଣକୁ ମିଶାଇ ସଂଖ୍ୟା ୪୫୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ୧୦ଜଣ କରୋନା ଯୋଦ୍ଧା,ଜଣେ କାଶୀନଗର ଏବଂ ଜଣେ ଗୋଷାଣୀର ବୋଲି ଜଣାପଡିଛି । ୩ଜଣ ମହିଳାଙ୍କ ସମେତ ୯ଜଣ ପୁରୁଷ ଏଥିରେ ଅଛନ୍ତି । ଏମାନଙ୍କ ବୟସ ୨୧ରୁ୪୬ ମଧ୍ୟରେ ବୋଲି ସୁଚନା ମିଳିଛି । ଏହି ସମସ୍ତଙ୍କୁ ସ୍ଥାନୀୟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି । ସମଗ୍ର ଜିଲ୍ଲାବାସୀଙ୍କୁ ଏ ନେଇ ସମ୍ପୁର୍ଣ୍ଣ ସଚେତନ ସହ ସଜାଗ ରହି ସାମାଜିକ ଦୁରତା ଓ ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ