ପ୍ରଥମ ମ୍ୟାଚର ଆୟ ସହିଦ ଙ୍କ ପରିବାରକୁ ଦିଆଯିବ: ସିଏସକେ

୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗର ୧୨ମ ସଂସ୍କରଣ ର ଆଜି ପ୍ରଥମ ମ୍ୟାଚ ରାତି ୮ଟାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲର ଏହି ସିଜିନର ପ୍ରଥମ ଘରୋଇ ମ୍ୟାଚରେ ହେବାକୁ ଥିବା ଆୟ ପୁଲଓ୍ଵାମା ଆତଙ୍କୀ ହମଲାରେ ସହିଦ ସିଆରପିଏଫ ଯବାନଙ୍କ ପରିବାରକୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଚେନ୍ନାଇ ସୁପରକିଙ୍ଗ୍ସ ସିଏସକେର ନିର୍ଦ୍ଦେଶକ ରାକେଶ ସିଂହ କହିଛନ୍ତି ଯେ ଏହି ମ୍ୟାଚର ଆୟ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସହିଦ ଯବନାଙ୍କ ପରିବାରକୁ ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ