ପ୍ରଥମ ମ୍ୟାଚ୍ରେ ୱଣ୍ଡର ସିମେଣ୍ଟ ରାଜସ୍ଥାନ ଓ ୨ୟ ମ୍ୟାଚରେ ଇଣ୍ଡିଆନ ଅଏଲ ମୁମ୍ବାଇ ବିଜୟୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ୍ରେ ଟିଲୋ ଆଥ୍ଲେଟିକ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଅର୍ନ୍ତଜାତୀୟ ଟିଲୋ କପ୍ର ୭ମ ଦିନ ତଥା ପୁଲ-‘ବି’ର ୨ଟି ମ୍ୟାଚ୍ ଗୁରବାର ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ରେ ୱଣ୍ଡର ସିମେଣ୍ଟ ରାଜସ୍ଥାନ ଓ ୨ୟ ମ୍ୟାଚ୍ରେ ଇଣ୍ଡିଆନ ଅଏଲ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ ସାପିଏନ୍ସ ଦିଲ୍ଲୀ ଓ ୱଣ୍ଡର ସିମେଣ୍ଟ ରାଜସ୍ଥାନ ମଧ୍ୟରେ ହୋଇଥିଲା । ଟସ୍ ଜିତିି ୱଣ୍ଡର ସିମେଣ୍ଟବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ସାପିଏନ୍ସ ଦିଲ୍ଲୀ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭.୩ ଓଭରରେ ସମସ୍ତ ୱିକେଟ ହରାଇ ୧୩୦ ରନ୍ କରିଥିଲା । ଦଳ ପକ୍ଷରୁ ଅଭିଷେକ ପାଠକ ୩୨ ବଲରେ ୪୯ ଓ ଶୁଭମ ଗରୱାଲ ୯ ବଲରେ ୨୩ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର କରନ ଦାବେ ୪ ଓଭରରେ ୧୪ ରନ୍ ଦେଇ ୩ ଓ ପ୍ରଦ୍ୟୁମ୍ନ ପାରିଖ ୩ ଓଭରରେ ୧୪ ରନ୍ ଦେଇ ୩ ୱିକେଟ ନେଇଥିଲେ । ୧୩୧ ରନ୍ର ବିଜୟ ଲକ୍ଷ୍ୟ ନେଇ ୱଣ୍ଡର ସିମେଣ୍ଟରାଜସ୍ଥାନ ୧୩.୫ ଓଭରରେ ୪ ୱିକେଟ ହରାଇ ୧୩୨ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିଖିଲ ସଚଦେବ ୩୩ ବଲରେ ୪୧ ଓ ଅନିରୁଦ୍ଧ ସିଂହ ୨୪ ବଲରେ ୨୬ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ପ୍ରଦୀଦ ପରାଶର ୪ ଓଭରରେ ୩୧ ରନ୍ ଦେଇ ୨ ଓ ମୟାଙ୍କ ରାୱତ୍ ୨.୫ ଓଭରରେ ୨୪ ରନ୍ ଦେଇ ୨ ୱିକେଟ ନେଇଥିଲେ । । ୱଣ୍ଡର ସିମେଣ୍ଟ ରାଜସ୍ଥାନର ପ୍ରଦ୍ୟୁମ୍ନ ପାରିଖ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିପରି ଇଣ୍ଡିଆନ ଅଏଲ ମୁମ୍ବାଇ ଓ ଏସପିଜେ କାର୍ଗୋ ଦିଲ୍ଲୀ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଇଣ୍ଡିଆନ ଅଏଲ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୫ ରନ୍ କରିଥିଲା । ଦଳ ପକ୍ଷରୁ ଅର୍ଜ୍ଜୁନ ଦାନା ୩୭ ବଲରେ ୬୪ ଓ ଆଦିତ୍ୟ ତାରା ୨୦ ବଲରେ ୩୨ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ହର୍ଷିତ ସାଇନି ୪ ଓଭରରେ ୨୬ ରନ୍ ଦେଇ ୨ ୱିକେଟ ନେଇଥିଲେ । ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ଏସପିଜେ କାର୍ଗୋ ବ୍ୟାଟିଂ କରି ୧୮.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୫ ରନ୍ କରିଥିଲା । ଦଳ ପକ୍ଷରୁ ଯୋଗେଶ କୁମାର ୩୨ ବଲରେ ୫୪ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ରୋହନ ରାଜେ ୩.୪ ଓଭରରେ ୧୩ ରନ୍ ଦେଇ ୪ ଓ କ୍ରିତଜ୍ଞା ସିଂହ ୪ ଓଭରରେ ୧୭ ରନ୍ ଦେଇ ୨ ୱିକେଟ ନେଇଥିଲେ । ଏଥିରେ ଇଣ୍ଡିଆନ ଅଏଲ ୧୯ ରନ୍ରେ ବିଜୟୀ ହୋଇଥିଲା । ଇଣ୍ଡିଆନ ଅଏଲର ରୋହନ ରାଜେଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା । ମ୍ୟାଚ୍ ରେଫରୀ ଭାବେ ପୂର୍ଣ୍ଣେନ୍ଦୁ ଜେନା, ଅମ୍ପାୟର ଲଲାଟ କେଶରୀ ନନ୍ଦ, ରଞ୍ଜନ ମହାନ୍ତି, ଭାଷ୍ୟକାର ଭାବେ ନାରାୟଣ ସାହୁ, ସଞ୍ଜୟ ମଜୁମଦାର, ମହମ୍ମଦ ରସିଦ୍, ସୁବ୍ରତ ପୃଷ୍ଟି, ସ୍କୋରର ଭାବେ ପ୍ରେମାନନ୍ଦ ଜେନା, ନବକୃଷ୍ଣ ରାଉତ, ଧନେଶ୍ୱର ଧଳ, ପ୍ରେମାନନ୍ଦ ବେହେରା, ପିଚ୍ କ୍ୟୁରେଟର ଭାବେ ପ୍ରେମାନନ୍ଦ ଜେନା, ପ୍ରକାଶ ରାଉତ, ରୁଦ୍ର ନାୟକ, ବିଦ୍ୟୁତ୍ ବିଶ୍ୱାଳ, ପରେଶ ଧଳ, ସୂଚୀବ୍ରତ ରାଉତ, ଦୋଳଗୋବିନ୍ଦ ଲେଙ୍କା ଦାୟୀତ୍ୱ ତୁଲାଇଥୁଲେ । ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୧ମ ମ୍ୟାଚ୍ରେ ପୁରସ୍କାର ବିତରଣ ସଭାରେ ସମ୍ରାଟ ମାର୍ବଲ ପ୍ରଦତ୍ତ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାରକୁ ଅତିଥି ଡାକ୍ତର ମୂରଲୀଧର ସୂତାର, ସେକ୍ ଜଲାଲଉଦ୍ଦୀନ, ପ୍ରଣବ କିଶୋର ଲେଙ୍କା, ରମାକାନ୍ତ ନାଥ ପ୍ରଦାନ କରିଥିଲେ । ସେହିପରି ୨ୟ ମ୍ୟାଚ୍ରେ ଏମ୍ସ ଯୁକ୍ତ ଦୁଇ ବିଜ୍ଞାନ କଲେଜ ପ୍ରଦତ୍ତମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାରକୁ ଡ.ଗୌରାଙ୍ଗ ରାଉଳ, ଇଂ.ସୌରଭ ଲେଙ୍କା, ଏଲ.ଅରଜିତ ସ୍ୱାଇଁ ପ୍ରଦାନ କରିଥିଲେ । ଶୁକ୍ରବାର ୮ମ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚ୍ ପୁଲ-’ଏ’ର ୧ମ ଓ ପୁଲ-’ବି’ର ୨ୟ ବିଜେତା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।