ପ୍ରଥମ ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ : ଭଦ୍ରକକୁ ହରାଇ ୟୁନିକ କେନ୍ଦୁଝର ଚମ୍ପିୟନ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ଚାଲିଥିବା ପ୍ରଥମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଅକର୍ଷଣୀୟ ଫାଇନାଲ ମ୍ୟାଚରେ ୟୁନିକ କେନ୍ଦୁଝର ୟୁନିକ ଭଦ୍ରକକୁ ୨ଉଇକେଟରେ ପରାସ୍ତ କରି ଚମ୍ପିୟନ ହୋଇଛି । ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନ ଅୁନୁକୁଲ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚରେ ୟୁନିକ ଭଦ୍ରକ ପ୍ରଥମେ ଟସଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ୟୁନିକ ଭଦ୍ରକ ନିର୍ଦ୍ଧାରିତ ୨୦ଓଭରରେ ୭ଉଇକେଟ ହରାଇ ୧୩୯ରନ କରିଥିଲା । ଦଳପକ୍ଷରୁ ସୌରଭ ସୌମ୍ୟ ପ୍ରକାଶ ପଟ୍ଟନାୟକ ସର୍ବାଧିକ ୭୦ରନ କରିଥିଲେ । ତାର ଜବାବରେ ୟୁନିକ କେନ୍ଦୁଝର ୮ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଦଳପକ୍ଷରୁ ସନ୍ତୋଷ ରାଉତ ସର୍ବାଧିକ ୮୯ରନ ସଂଗ୍ରହ କରିଥିଲେ । ବିଜୟ କୁମାର ଜେନା ଓ ଶାନ୍ତନୁ କୁମାର ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା ଓ ଚିନ୍ତାମଣୀ ବିଶ୍ୱାଳ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ନାୟକ ଓ ସୟଦ ହାସିମ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । କେନ୍ଦୁଝରର ସନ୍ତୋଷ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଭଦ୍ରକ ଅରୁପ ପାଲଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । .ପୁରସ୍କାର ବିତରଣୀ ଉତ୍ସବରେ ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ସଶ୍ମିତା ସଝା, ଜମ୍ଭୀରା ପଞ୍ଚାୟତର ସରପଞ୍ଚ ଘନଶ୍ୟାମ ମଲ୍ଲିକ, ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠୀ, ସଢ଼ା ପଞ୍ଚାୟତର ସରପଞ୍ଚ ସାଗରୀକା ଜେନା, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି, ନିକୁଞ୍ଜ ବିହାରୀ ଓଝା, ଅଲେଖ ଚନ୍ଦ୍ର ମଲ୍ଲିକ, ଡକ୍ଟର ମନମୋହନ ରାଉତ, ଅଲେଖ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନର ସଭାପତି ସୁଧାଶୁଂ ଭୁଷଣ ମଲ୍ଲିକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ରାଉତ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ସହ ସମ୍ପାଦକ ଧନଞ୍ଜୟ ପାତ୍ର, କୋଷାଧ୍ୟକ୍ଷ ଜନ୍ମେଜୟ ପାତ୍ର, ଉପଦ୍ଦେଷ୍ଟା ହେମନ୍ତ କୁମାର ସାମଲ, ସୋମନାଥ ସ୍ୱାଇଁ, ବଳରାମ ଜେନା, ପଦ୍ମନାଭ ସାମଲ, ଶିଶିର କୁମାର ବେହେରା, ନିର୍ମଳ କୁମାର ସେଠୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବାବେଳେ ପ୍ରଦ୍ୟୁମ୍ନ ମଲ୍ଲିକ, ଅଲେଖ ପାତ୍ର, ମଧୁସୁଦନ ମଲ୍ଲିକ, ଶୁକଦେବ, ସତ୍ୟବ୍ରତ, ତରଣୀସେନ, କୃଷ୍ଣ, ଜଗବନ୍ଧୁ, ପଦ୍ମଲୋଚନ, ଶଶିକାନ୍ତ, ଅଭିନ୍ନ, ଉଦ୍ଧବ, ଅଶୋକ, ଖଗେଶ୍ୱର, ସନ୍ତୋଷ, ମଦନ, ଅବିନାଶ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।


