ପ୍ରଥମ ସମିତି ସଙ୍ଘ ବୈଠକ ଅନୁଷ୍ଠିତ

କୁକୁଡ଼ାଖଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଜେଡି ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।ସମବାୟ ନିର୍ବାଚନରେ ଦଳୀୟ ଟିକେଟ ପାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ବିରୋଧରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଦଳ ବିରୋଧୀ କାର୍ଯ୍ୟ କରିବା ସହ ଆଉ ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସହଯୋଗ କରିବା ସହ ସାଙ୍ଗରେ ଧରି ପ୍ରଚାର ମଧ୍ୟ କରିଥିଲେ ।ଏବଂ ଉକ୍ତ ନିର୍ବାଚନରେ ଦଳକୁ ବିରୋଧ କରି ଲଢ଼ୁଥିବା ପ୍ରାର୍ଥୀ ଶିବରାମ ପାତ୍ର ବିଜୟ ହାସଲ ମଧ୍ୟ କରିଥିଲେ ।ପରବର୍ତ୍ତୀ ମୁହୂର୍ତ୍ତରେ ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଶିବରାମ ପାତ୍ର ।ବର୍ତ୍ତମାନ ଶିବରାମ ସଭାପତି ହେବା ପରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପରିସ୍ଥିତି ଜଟିଳ ହେଉଥିବା ବେଳେ ତାଙ୍କ ସମର୍ଥନରେ କୁକୁଡାଖଣ୍ଡି ବ୍ଳକ ଅଧ୍ୟକ୍ଷ ହୋଇଥିବା କାମାକ୍ଷା ପ୍ରସାଦ ପାତ୍ରଙ୍କ ବିରୋଧରେ ନିର୍ବାଚିତ ସମିତି ସଭ୍ୟସଭ୍ୟା ମାନେ ଏକତ୍ରିତ ହୋଇଛନ୍ତି ।ରବିବାର ଦିନ ମାଁ ମହୁରୀ କାଳୁଆଙ୍କ ପୀଠରେ କୁକୁଡ଼ାଖଣ୍ଡି ବ୍ଲକର ସମିତି ସଙ୍ଘ ପକ୍ଷରୁ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମିତି ସଭ୍ୟ ସଭ୍ୟା ମାନେ ଏକ ସଂକଳ୍ପ ନେଇଛନ୍ତି ।ପ୍ରଥମ ସମିତି ବୈଠକ ଗତ ମଇ ମାସ ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଦୀର୍ଘ ସାତ ମାସ ହେଲା ନହେବା ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମିତି ସଭ୍ୟ/ସଭ୍ୟା ମାନେ ।ଆୟୋଜିତ ବୈଠକରେ ମୋଟ ୨୨ଜଣଙ୍କ ମଧ୍ୟରୁ ଅର୍ଦ୍ଧାଧିକ ସମିତି ସଭ୍ୟସଭ୍ୟା ଯୋଗଦେଇ ବ୍ଳକର ବିଭିନ୍ନ ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତି ପର୍ଦ୍ଦାଫାଶ କରିବାକୁ ଆରଟିଆଇ ଜରିଆରେ ସୂଚନା ମାଗିବା ସହ ଏକ ସପ୍ତାହ ମଧ୍ୟରେ ଯଦି ସମିତି ବୈଠକ ଅନୁଷ୍ଠିତ ନହୁଏ ତେବେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଭେଟିବା ନିଷ୍ପତ୍ତି ନେଇଥିଲେ । ଆଲୋଚନା ବେଳେ ବିଧାୟକ ଶ୍ରୀ ପାତ୍ରଙ୍କ ବୟସାଧିକ କାରଣରୁ ତାଙ୍କ ପୁତ୍ର ବିପ୍ଳବ ପାତ୍ର ଆଗାମୀ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦିତା କରିବାକୁ ବିଜେଡିର ଦଳୀୟ କର୍ମୀଙ୍କ ମଧ୍ୟରେ ଯେଉଁ ପରି ବିଭେଦ ର ମଞ୍ଜି ବୁଣିଛନ୍ତି ତାହାକୁ ଭଣ୍ଡୁର କରିବାକୁ ଶପଥ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ