ପ୍ରଥମ ସାଉଥ ହିରୋଇନ ଭାବରେ ମ୍ୟାଡାମ ତୁଷାଦରେ କାଜଲ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ତଥା ବଲିଉଡର ବିଭିନ୍ନ ଫିଲ୍ମରେ ନଜର ଆସିଥିବା କାଜୋଲ ଅଗ୍ରୱାଲ ନିଜର ଇଷ୍ଟଗ୍ରାମରେ ଫ୍ୟାନସ ମାନଙ୍କ ପାଇଁ ଏକ ଖୁସି ଖବର ସେୟାର କରିଛନ୍ତି । କାଜଲ ପ୍ରଥମ ସାଉଥ ହିରୋଇନ ଯାହାର ଷ୍ଟାଚ୍ୟୁ ମାଡାମ ତୁଷାଦ ମ୍ୟୁଜିୟମରେ ଲଗାଯିବ । କାଜଲ ନିଜ ଇନଷ୍ଟଗ୍ରାମରେ ମ୍ୟାଡାମ ତୁଷାଦର ଫୋଟୋ ସେୟାର କରି “ସିଙ୍ଗାପରୁରସ୍ଥିତ ମ୍ୟାଡାମ ଦୁଷାଦରେ ନିଜର ଷ୍ଟାଚ୍ୟୁ ଦେଖି ବହୁତ ଉତ୍ସାହିତ ଥିବା କହିଛନ୍ତି । ” ଆସନ୍ତା ବର୍ଷ ଫେବୃୟାରୀ ୫ରେ ତାଙ୍କ ମହମ ପ୍ରତିମୂର୍ତ୍ତିର ଲୋକାର୍ପିତ ହେବ। ଏହି ଖୁସି ଖବରକୁ କାଜଲ୍ ଫ୍ୟାନ୍ମାନଙ୍କ ସହ ଶେୟାର କରି ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେ ଏକ ଫଟୋ ଶେଆର କରି ଲେଖିଛନ୍ତି, ‘ଜଣେ ଫିଲ୍ମ ତାରକାଙ୍କ ଏହି ନିଆରା ଅନୁଭବକୁ ମୁଁ ଆପଣଙ୍କ ସହ ଶେଆର କରିବି ଯେବେ ମୋର ପ୍ରତିମୂର୍ତ୍ତିର ଲୋକାର୍ପଣ ହେବ।’

ସେ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୋର ମନେ ଅଛି ମୁଁ ଛୋଟବେଳେ ଏହି ମ୍ୟୁଜିୟମ୍ ଯାଇଥିଲି ଯେଉଁଠି ମୁଁ ବଡ଼ ବଡ଼ ହସ୍ତିମାନଙ୍କ ପ୍ରତିମୂର୍ତ୍ତି ଦେଖି ବେଶ୍ ଖୁସି ହେଉଥିଲି। ଆଜି ସେମାନଙ୍କ ଗହଣରେ ନିଜକୁ ପାଇ ମୁଁ ଗର୍ବ ଅନୁଭବ କରୁଛି।’ ଏହାବ୍ୟତୀତ ସେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ନକଲି ଆଖି ଡୋଳା ସହ ନଜର ଆସିଛନ୍ତି। ଏହି ଡୋଳାଗୁଡ଼ିକ ତାଙ୍କ ପ୍ରତିମୂର୍ତ୍ତିରେ ଲାଗିବ। ଦକ୍ଷିଣ ଭାରତୀୟ ନାୟକ ମହେଶ ବାବୁ ଏବଂ ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ଏହି ମ୍ୟୁଜିୟମ୍ରେ ରହିଛି। ତେବେ ପ୍ରଥମ ଦକ୍ଷିଣ ଭାରତୀୟ ନାୟିକା ଭାବେ କାଜଲ୍ ଏହି ଗୌରବ ଅର୍ଜନ କରିଛନ୍ତି। ଏମାନଙ୍କ ବ୍ୟତୀତ ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ, ଶାହରୁଖ୍ ଖାନ୍, ସଲମାନ ଖାନ୍, ଐଶ୍ୱର୍ଯ୍ୟା ରାଇ ବଚ୍ଚନ, କାଟ୍ରିନା କୈଫ ଏବଂ ହ୍ରିତିକ ରୋଶନଙ୍କ ଭଳି କଳାକାର ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏହି ମ୍ୟୁଜିୟମରେ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରତିମୂର୍ତ୍ତି ଲଣ୍ଡନ୍ର ମ୍ୟାଡମ୍ ତୁଷାଦ ମ୍ୟୁଜିୟମ୍ ରେ ଅଛି।


