ପ୍ରଥମ ସେମି ଫାଇନାଲ ମ୍ୟାଚରେ ଲେବର ସ୍ପୋଟିଂ କ୍ଲବ ୧-୦ରେ ବିଜୟୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ଅଧ୍ୟକ୍ଷତାରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ପ୍ରତିଯୋଗିତାର ଆୟୋଜନ ଦ୍ୱାରା କେନ୍ଦ୍ରାପଡାରେ ନୂତନ କ୍ରୀଡାବୀତ ସୃଷ୍ଟି ହେବା ସହିତ ଆମ ଜିଲ୍ଲାର ସୁନାମ ବୃଦ୍ଧି ପାଇବ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ହିବଜୁର ରହେମାନ, କ୍ରୀଡା ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୧-୦ଗୋଲରେ ହରାଇ ବିଜୟୀ ହୋଇଥିଲା । ଓଡିଶା ଫୁଟବଲ ସଙ୍ଘର ରାଜ୍ୟ ରେଫରୀ ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କଟକର ଇଣ୍ଡିପେଣ୍ଡେନସ କ୍ଲବ ସହିତ ଜଟଣୀର ଫ୍ରେଣ୍ଡସ ପାରାଡାଇଜର ମୁକାବିଲା ହେବ । ଅନ୍ୟମାନଙ୍କ ମଧ୍ୟରେ ସୟଦ ଅବଦୁଲ ସତ୍ତାର, କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲ୍ଲା, ମୀର ଫାରୁକ, ଓସିଉଲ୍ଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ସେକ ଗୋପ୍ରାନ, ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଦିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲ୍ଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଦିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲ୍ଲୀ, ବୁରାନ ଅଲ୍ଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲ୍ଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ,କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ