ପ୍ରଦୀପ ଖଣ୍ଡେଇ ମେମୋରିଆଲ କ୍ରିକେଟ; ଆମ୍ବଗଡିଆ ଚମ୍ପିୟାନ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁ ଭାଟିଆପଡିଆ ଠାରେ ଚାଲିଥିବା ପ୍ରଦୀପ ଖଣ୍ଡେଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଏସଡିସିସି ଆମ୍ବଗଡିଆ ରାଇଜିଂ ଷ୍ଟାର ବନ୍ଦାଳୋକୁ ୨ଉଇକେଟରେ ପରାସ୍ତକରି ଚମ୍ପିୟାନ ହୋଇଛି । ପ୍ରଥମେ ବନ୍ଦାଳେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ଓଭରରେ ୮ଉଇକେଟ ହରାଇ ୧୧୬ରନ କରିଥିଲା । ଏହାର ଜବାବରେ ୧୫.୧ ଓଭରରେ ୮ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ବସନ୍ତ ବିଜୟ ପାଣିଗ୍ରାହୀ ଓ ଗୋଲଖ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ନୀଳମଣି ବାରିକ ଓ ଶୁଭ ଜେନା ସ୍କୋରର ଏବଂ ନିତ୍ୟାନନ୍ଦ ବାରିକ ଓ ଚିତ୍ତବିଜୟ ପାଣିଗ୍ରାହୀ ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଆମ୍ବଗଡିଆର ଟିପୁ ସୁଲତାନ ଓ ମ୍ୟାନ ଅଫ ଦି ସିରିଜ ଭାବେ ବନ୍ଦାଳୋର ସିପୁ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଭୁବନ ଭବେଶ ସେଠୀ, ବିରେନ୍ଦ୍ର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ସରପଞ୍ଚ ଶ୍ରୀଧର ବେହେରା, ଶିକ୍ଷାବିତ ରତ୍ନାକର ପଣ୍ଡା, ଏବିଇଓ ସୁରେଶ କୁମାର ଜେନା, ରତ୍ନାକର ଜେନା, ପ୍ରଦୀପ ବେହେରା, ଦାମୋଦର ଘଡାଇ, ରଞ୍ଜନ ପହି, ପ୍ରତାପ ଦେଓ, ଯୋଗେନ୍ଦ୍ର ବେହେରା, ପୁର୍ବତନ ସରପଞ୍ଚଅନାଥ ନାୟକ, ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ମା ଭାଟିଆଶୁଣୀ ଯୁବକ ସଂଘ ଶାଳଣିଆଁର ସମସ୍ତ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ