ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ

ନାଉଗାଁ, (ଓ୍ବାଇଏନ୍ଏସ୍):ପୂବର୍ତନ ମନ୍ତ୍ରୀ,ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ବାଲିକୁଦାର ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମହାରଥୀ ଓ ମୁଁ ୧୯୮୫ ମସିହାରେ ବିଧାୟକ ଥିଲୁ । ମୋର ସେ ଭଲ ବନ୍ଧୁଥିଲେ । ସେ ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ତାଙ୍କର ପସନ୍ଦ ଥିଲା । ତାଙ୍କ ବିୟୋଗରେ ବିଜେଡିରେ ଏକ ଅପୁରଣୀୟ କ୍ଷତି ହୋଇଛି । ଇଶ୍ୱର ତାଙ୍କ ଅମର ଆତ୍ମାକୁ ସଦ୍‌ଗତି ଦିଅନ୍ତୁ ଓ ତାଙ୍କ ପରିବାର ବର୍ଗ, ପିପିଲି ବାସୀଙ୍କୁ ଏ ଦୁଃଖକୁ ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ