ପ୍ରଦୀପ ମାଝୀଙ୍କ ପରିବାର ଭତରା ସମାଜରୁ ୧୨ ବର୍ଷ ପାଇଁ ବାସନ୍ଦ
ନବରଙ୍ଗପୁର, (ୱାଇଏନଏସ) : ନବରଙ୍ଗପୁର ପୁର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ଏବଂ ତାଙ୍କ ପରିବାର ଭତରା ସମାଜରୁ ୧୨ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଜଣେ ଅଣ ଆଦିବାସୀ ଯୁବତୀଙ୍କୁ ବାହା ହେବା ପ୍ରଦୀପ ମାଝୀଙ୍କ ପରିବାର ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ଭତରା ସମାଜର ବୈଠକରେ ନିଷ୍ପତି ହୋଇଥିବା ଜଣାପଡିଛି। ଆସନ୍ତା ୧୨ ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜ ର କୌଣସି ବ୍ୟକ୍ତି ପ୍ରଦୀପ ମାଝୀ ଙ୍କ ପରିବାର ର ସୁଖଦୁଃଖ ରେ ସାମିଲ ହେବେ ନାହିଁ ବୋଲି କେନ୍ଦ୍ରୀୟ ଭତରା ସମାଜ କମିଟି ର ଉପସଭାପତି ଗୋପାଳ ପୂଜାରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ଗତ ୧୨ ତାରିଖ ଦିନ ଗୋଆ ଠାରେ ପ୍ରଦୀପ ମାଝୀଙ୍କ ଭୁବନେଶ୍ୱର ର ପଳାଶୁଣି ଅଞ୍ଚଳର ଯୁବତୀ ସଂଗୀତା ସାହୁଙ୍କ ସହ ବାହାଘର ହୋଇଥିଲା । ଯୁବତୀ ଜଣକ ଅନ୍ୟ ସମାଜର ହୋଇଥିବାରୁ ଏହାକୁ ନାପସନ୍ଦ କରିଛି ଭତରା ସମାଜ। ତେଣୁ ପ୍ରଦୀପଙ୍କ ସମସ୍ତ ପରିବାର କୁ ୧୨ ବର୍ଷ ପର୍ଯ୍ୟନ୍ତ ଭତରା ସମାଜରୁ ବାସନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି କମିଟିର ଉପ ସଭାପତି। ଆଜି ଏହାକୁ ନେଇ ଜିଲ୍ଲା ର ଭତ୍ରା ସମାଜର ସଦସ୍ୟ ମାନେ ଝରିଗାଁ ବ୍ଲକ ଧାମନାଗୁଡା ରେ ଥିବା ମାଁ ଦନ୍ତେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରାଯାଇଥିଲା ।ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ ମାଝୀ ଏବଂ ତାଙ୍କ ପିତା, ଭାଇ ଭଉଣୀ ସମସ୍ତ ପରିବାର କୁ ୧୨ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜ ରୁ ବାସନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।