ପ୍ରଦୁଷଣ ମୁକ୍ତ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସଚେତନତା ଯାତ୍ରା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ) : ସରକାର ସମଗ୍ର ରାଜ୍ୟ ତଥା ଦେଶକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରୟାସ କରୁଥିବାବେଳେ ରବିବାର କେନ୍ଦ୍ରାପଡା ଜିଲ୍ଲାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସୁଚନାପ୍ରକାରେ, ପ୍ଲାଷ୍ଟିକ ମୁକ୍ତ ସହିତ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ଆନ୍ତଃ ରାଜ୍ୟ ସାଇକେଲ ଯାତ୍ରା ରବିବାର ସକାଳ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ୬୩ ବର୍ଷ ବୟସ ସୟଦ ଫଇତାନ ଅଲ୍ଲୀ ସାଇକେଲ ରେ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୟଦ ଫଇତାନ ଅଲ୍ଲୀଙ୍କୁ ପୁଷ୍ପଗୁଛ ପ୍ରଦାନକରି ତାଙ୍କର ସାଇକେଲ ଯାତ୍ରାର ଶୁଭ ମନାସୀଥିଲେ । ସୟଦ ଅଲ୍ଲୀ ଏହି ସାଇକେଲ ଯାତ୍ରାରେ ବାହାରି ଦିଲ୍ଲୀ, ଜମ୍ମୁ, ଅମୃତସର, ଜଇପୁର, ଅହମଦାବାଦ, ଭୋପାଳ, ଜବଲପୁର ଭଳି ୧୩ଟି ରାଜ୍ୟର ସହର ମଧ୍ୟଦେଇ ସାଇକେଲ ଯାତ୍ରା କରି ଦୀର୍ଘ ୭ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବେ ଏବଂ ସେହିସବୁ ସ୍ଥାନରେ ପ୍ରଦ୍ୟୁଷଣ ମୁକ୍ତ,ପ୍ଲାଷ୍ଟିକ ମୁକ୍ତ ଓ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବେ ବୋଲି ସୂଚନା ଦେଇଛନ୍ତି । ସେ ଏହି ସମୟ ମଧ୍ୟରେ ୮୦ଦିନ ସାଇକେଲରେ ଯାତ୍ରା କରିବେ ବୋଲି କହିଛନ୍ତି । ଏହି ସାଇକେଲ ଯାତ୍ରାର ଶୁଭାରମ୍ଭ ସମୟରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଆଚଂଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ କ୍ରୀଡାବୀତମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ