ପ୍ରଦୂଷଣର ସମାଧାନ ପାଇଁ ସ୍ଥାୟୀ ବିକାସ ମଡ଼େଲ ପ୍ରସ୍ତୁତ କଲେ ଭାରତ-ଚୀନ୍
ନୂଆଦିଲ୍ଲୀ, (ଏଜେନ୍ସି): ଉଭୟ ଭାରତ ଓ ଚୀନ୍ ଦେଶର ବିକାସ ପାଇଁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱରେ ଭାରତ ଓ ଚୀନ୍ ଆର୍ଥିକ ବିକାସ ମାମଲାରେ ସର୍ବାଗେ ରହିଥିବା ଧାରଣା ରହିଛି । ବର୍ତ୍ତମାନ ଉଭୟ ଦେଶ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ନୂଆ ମଡ଼େଲ ପ୍ରସ୍ତୁତ କରିଛନ୍ତି । ଯାହାକି ଜଳବାୟୁ ପରିବର୍ତ୍ତନରୁ ଆସୁଥିବା ସମସ୍ୟାକୁ ଅଟକାଇବା ପାଇଁ ସାହାଯ୍ୟ କରିବ । ଉଭୟ ଦେଶ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରି ବିଶ୍ୱସ୍ତରରେ ପ୍ରଶଂସା ଲାଭ କରିଛନ୍ତି । ଆର୍ଥିକ ଋଣନୀତିରେ ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସାମିଲ କରି, ଏହା ବିଶ୍ୱସ୍ତରର ଦକ୍ଷିଣାଞ୍ଚଳରେ ବିକାସର ନୂଆ ପ୍ରକ୍ରିୟାକୁ ପ୍ରଦର୍ଶନ କରୁଛି । ଅନେକଗୁଡ଼ିଏ ଦେଶ ସ୍ୱତନ୍ତ୍ର ବିକାସ ଚାଲେଞ୍ଜ୍ର ସମ୍ମୁଖିନ ହେଉଛନ୍ତି । ଯେପରି ବାୟୁ ପ୍ରଦୂଷଣ କାରଣରୁ ପ୍ରତି ବର୍ଷ ୧ମିଲିଅନ୍ରୁ ଅଧିକଙ୍କୁ ମୃତ୍ୟୁର ସମ୍ମୁଖିନ ହେବାକୁ ପଡ଼ୁଛି । ଏଥିପାଇଁ ଉଭୟ ଦେଶ ଅକ୍ଷୟ ଉର୍ଜା ଓ ଉର୍ଜା ଦକ୍ଷତା ସହିତ ଉର୍ଜାର ବର୍ଦ୍ଧିତ ଚାହିଦାକୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିସହ ନିଜର ବର୍ଦ୍ଧିତ ସମ୍ପତ୍ତିକୁ ଦେଶ ଜନସଂଖ୍ୟାର ବ୍ୟାପକ ପ୍ରତିଶତ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଚାହୁଁଛନ୍ତି । ଏମାନେ ପ୍ରତି ବ୍ୟକ୍ତି ପିଛା କାର୍ବନ ଉତ୍ସର୍ଜନ କମାଇଛନ୍ତି । ହେଲେ ପ୍ୟାରିସ୍ ବୁଝାମଣା ପାଇଁ ଏହାର ପ୍ରତିବଦ୍ଧତା ଅଂଶ ଭାବେ ତାହାକୁ ସିମିତ କରିବା ପାଇଁ କାମ କରୁଛନ୍ତି ।
ଚୀନ୍ର ରାଷ୍ଟ୍ରପତି ଶୀ ଜିନ୍ପିଂ କହିଛନ୍ତି ଯେ ଚୀନ୍ର ଜଳବାୟୁ ପରିବର୍ତ୍ତନର ଜବାବ ଦେବା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗରେ ଏକ ଚାଳକର ସ୍ଥାନ ଗ୍ରହଣ କରିଛୁ । ପ୍ୟାରିସ୍ ବୁଝାମଣା ଅଧୀନରେ ଚୀନ୍ ୨୦୩୦ ପର୍ଯ୍ୟନ୍ତ ନିଜ ଉତ୍ସର୍ଜନର ଶୀର୍ଷରେ ପହଞ୍ଚିବାକୁ ସଙ୍କଳ୍ପ ନେଇଛି । ବିଶେଷଜ୍ଞଙ୍କ ଅନୁସାରେ ଏପରି ଆସନ୍ତା ୫ବର୍ଷର ପ୍ରାରମ୍ଭରେ କରାଯାଇପାରିବ । ଚୀନ୍ ନବୀକରଣୀୟ ଉର୍ଜାରେ ଅଧିକ ନିବେଶ କରିଥାଏ । ଏହା ୨୦୧୬-୨୦ରୁ ୩୬୦ ମିଲିଅନ୍ ଡଲାରକୁ ଅକ୍ଷୟ ଉର୍ଜାରେ ସଂଶ୍ଲିଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଚୀନ୍ ସହରରେ କୋଇଲା ଜଳାଇବାକୁ ଦୂରେଇ ଓ ସାର୍ବଜନିକ ପାରଗମନରେ ନିବେଶ କରି ବାୟୁ ପ୍ରଦୂଷଣ ଓ ଗ୍ରୀନ୍ହାଉସ୍ ଗ୍ୟାସ୍କୁ ହ୍ରାସ୍ କରିବା ପାଇଁ ପ୍ରଗତି କରୁଛି । ଲକ୍ଷ୍ୟ ୨୦୨୦ ସୁଦ୍ଧା ପାରମ୍ପରିକ ଦହନ ଇଞ୍ଜିନକୁ ଚରଣବଦ୍ଧ କରାଯାଇପାରେ । ଏହା ବିଶ୍ୱସ୍ତରୀୟ କାର ଉଦ୍ୟୋଗକୁ ରିମେକ କରିପାରିବ । ନିଜର ସ୍ୱଚ୍ଛ ଉର୍ଜା ପ୍ରସଙ୍ଗ ପରିମାଣସ୍ୱରୁପ ୨୦୧୬-୧୭ ସୁଦ୍ଧା ୩୮୮ସହରରେ ୬.୫%ରେ କଣ ମାମଲାକୁ ସଫଳତାପୂର୍ବକ କମାଯାଇଛି ।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରସ୍ ବୁଝାମଣା ଅଧିନରେ ନିଜ ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୋର୍ଚ୍ଚାର ନେତୃତ୍ୱ କରିଛନ୍ତି । ଏଥିସହ ଭାରତ ଅଣ-ଜୀବାସ୍ମ ଇନ୍ଧନ୍ ସ୍ରୋତରୁ ନିଜର ୪୦% ବିଦ୍ୟୁତ୍ ଉତ୍ପନ କରିବା ଓ ୨୦୩୦ ସୁଦ୍ଧା ନିଜର କାର୍ବନ ତୀବ୍ରତାକୁ ୩୩-୩୫% କମାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ନିକଟରେ ଅନେକ ପ୍ରମୁଖ ନୀତି ରହିଛି । ଯାହାକି ପ୍ରଦର୍ଶନ ଓ ଜଳବାୟୁ ବିକାସର ପ୍ରୟାସର ଆଧାରରେ ରହିଛି । ଯେପରି ଉପଲବ୍ଧି ଓ ବ୍ୟବସାୟିକ ଯୋଜନା, ସ୍ୱଚ୍ଛ ପର୍ଯ୍ୟାବରଣ ଉପକରଣ ଓ ଉର୍ଜା ସଂରକ୍ଷଣ ଭବନ କେଡ଼ ଆଦି । ଏହି ନୀତି ଉପରେ ନିରନ୍ତର ଅଧିକ ସୁଧାର କରି, ଭାରତ ୬-୭%ର ବାର୍ଷିକ ବୃଦ୍ଧିକୁ ବଳବତ୍ତର ରଖିବା ପାଇଁ ନିଜର ଗ୍ରୀନ୍ହାଉସ୍ ଗ୍ୟାସ୍ ଉତ୍ସର୍ଜନ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ଗତ ୪ବର୍ଷ ମଧ୍ୟରେ ଭାରତର ସୌର ଉର୍ଜା କ୍ଷମତାରେ ୮ଗୁଣା ବୃଦ୍ଧି ହୋଇଛି । ଏଥିପାଇଁ ଭାରତ ୨୦୨୨ସୁଦ୍ଧା ୧୭୫ଗୀଗାବାଇଟ୍ (ଜିଡ଼ବ୍ଲ୍ୟୁ) ନବୀକରଣ ବିଦ୍ୟୁତ୍ ଉତ୍ପନ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଭାରତ ସରକାରଙ୍କ ଅନୁସାରେ ସେମାନେ ନିଜର ନବୀକରଣ ଉର୍ଜା ଲକ୍ଷ୍ୟକୁ ତଦାରଖ କରିବେ । ଏବଂ ୨୦୨୨ ସୁଦ୍ଧା ୨୨୭ ଗୀଗାବାଇଟ୍ର କ୍ଷମତା ସହିତ ସଂଯୋଗ ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ ଭାରତର ଅକ୍ଷୟ ଉର୍ଜା ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ୩,୩୦,୦୦୦ନୂଆ ରୋଜଗାର ସୃଷ୍ଟି ହେବ । ଏହି ନିଯୁକ୍ତି ଦ୍ୱାରା ଉଭୟ ଅର୍ଥକୁଶଳ ଓ ଅକୁଶଳ ଶ୍ରମିକଙ୍କୁ ଲାଭ ମିଳିପାରିବ । ଏଥିସହ ଗ୍ରାମାଞ୍ଚଳରେ ରହୁଥିବା ଗରିବ ପରିବାର ଓ ବିଶେଷ ଭାବେ ମହିଳାଙ୍କ ପାଇଁ ନିର୍ବାହ ଚାଷର ଏକ ବିକଳ୍ପ ପ୍ରଦାନ କରିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଦେଶବାସୀ ବିଶେଷ ଭବେ ଉପକୃତ ହୋଇପାରିବେ ।


