ପ୍ରଦୂଷଣ ମୁକ୍ତ ପାଇଁ ସଂଗ୍ରାମ ଆରମ୍ଭ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍ ଆର୍ମି ପକ୍ଷରୁ ସବୁଜ ଓ ପ୍ରଦୂଷଣ ମୁକ୍ତ ବିଶ୍ୱ ପାଇଁ ସଂଗ୍ରାମ ଆରମ୍ଭ ହୋଇଯାଇ ଅଛି। ଏହି ସଂଗ୍ରାମ ବିଶ୍ୱ ଐତିହ୍ୟ ସୂର‌୍ୟ୍ୟମନ୍ଦିର ସମ୍ମୁଖରୁ ରବିବାର ୧୦ଘଟିକା ସମୟରେ ଶୁଭାରମ୍ଭ ହୋଇଛି। ଏଥିରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇଥିଲେ।ଜଳବାୟୁ ପ୍ରଦୂଷଣ କିପରି ରୋକାଯାଇ ପାରିବ ସେ ବିଷୟରେ ମନ୍ତ୍ରୀ ଦାଶ ଆହ୍ୱାନ ଦେଇଥିଲେ । ଏହି ଅଭିଯାନରେ କୋଣାର୍କ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ,ମା ତାରିଣୀ ରାଣୀହାଟ ସାହି ଯୁବକ ଗୋଷ୍ଠୀ,କୋଣାର୍କ ଏସଏଚଜି ମହିଳା ଗ୍ରୁପ , କୋଣାର୍କ ସାମ୍ବାଦିକ ସଂଘ, ସାମିଲ ହୋଇଥିଲେ। ଏହାପରେ ସୂର‌୍ୟ୍ୟମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିଭ୍ରମଣ କରିଥିଲା। ପରେ ଚନ୍ଦ୍ରଭାଗା ବେଲାଭୂମି ବେଳା ମାର୍ଗ କୁ ସଫେଇ କରାଯଇ ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ବୃକ୍ଷରୋପଣ କରାଯାଇଥିଲା। ଜୀବଜଗତ ପ୍ରତି ବୃକ୍ଷର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ବୃକ୍ଷ ବଞ୍ଚିଲେ ଜୀବଜଗତ ବଞ୍ଚିବ। ତେଣୁ ବ୍ୟାପକ ବୃକ୍ଷରୋପଣ ଦ୍ୱାରା ହିଁ ପୃଥିବୀକୁ ଗ୍ଲୋବାଲ ୱାର୍ମିଂ ଓ ବିଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟରୁ ରକ୍ଷା କରାଯାଇପାରିବ ବୋଲି ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡକ୍ଟର ଦିଲୀପ ଶ୍ରୀଚନ୍ଦନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା, ଅଭିନେତ୍ରୀ ସ୍ୱାଧୀନା, ନଜମା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜକ ନୀରଦବରଣ ଖୁଣ୍ଟିଆ, ମନୋରଞ୍ଜନ ବାରିକ, ଗୋପୀନାଥ ସ୍ୱାଇଁ, ଜ୍ଞାନରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ