ପ୍ରଦୂଷଣ ମୁକ୍ତ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କଲେ ଦମ୍ପତ୍ତି

ନିମାପଡ଼ା, (ସନ୍ତୋଷ ଦାଶ):ଭାରତ ରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକୁ ପ୍ରଦୂଷଣ ମୁକ୍ତ କରିବାକୁ ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ ବାହାରିଛନ୍ତି କଲିକତା ର ଏକ ଦମ୍ପତ୍ତି। “ଅଲଇଣ୍ଡିଆ କପୁଲ ଟୁର” ନାମରେ ବାହାରି ଭାରତ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ନିଜ ସାଇକେଲ ରେ ଭ୍ରମଣ କରି ପର୍ଯ୍ୟଟକ ଙ୍କ ସହିତ ସ୍ଥାନୀୟ ଲୋକମାନଙ୍କୁ ସ୍ୱଚ୍ଛ ପ୍ରଦୂଷଣ ମୁକ୍ତ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ସହିତ ଦେଶକୁ ପ୍ରଦୂଷଣ ମୁକ୍ତ କରିବା ନେଇ ସଚେତନ କରୁଛନ୍ତି। କଲିକତା (ପଶ୍ଚିମବଙ୍ଗ ) ହୁଗୁଳି ଜିଲ୍ଲା ର ଚିନସୁରା ଅଂଚଳର ପ୍ରଦୀପ ବିଶ୍ୱାସ (୩୨) ଓ ତାଙ୍କ ପତ୍ନୀ ସଂଗୀତା ବିଶ୍ୱାସ I ସ୍ୱାମୀ ସ୍ତ୍ରୀ ଦୁଇଜଣ ସାଇକେଲରେ ସାରା ଭାରତ ପରିଭ୍ରମଣ ଲକ୍ଷ ନେଇ ଗତ ଅକ୍ଟୋବର ମାସ ୨୭ ତାରିଖ ରୁ ଚିନସୁରା ରୁ ବାହାରିଛନ୍ତି I ଦୈନିକ ପ୍ରାୟ ୪୦ କିମି ରୁ ଉର୍ଦ୍ଧ୍ୱ ଯାତ୍ରା କରୁଥିବା ସେ ପ୍ରକାଶ କରିଛନ୍ତି । ୧୬ ଦିନରେ ୫ ଶହ କିମି ଅତିକ୍ରମ କରି ଗତ କାଲି ପୁରୀ ଜିଲ୍ଲା ର କୋଣାର୍କ ରେ ପହଂଚିଥିଲେ I ଏଠାରେ ପହଞ୍ଚିବା ପରେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଚନ୍ଦ୍ରଭାଗା ବେଳାଭୂମି ବୁଲିଥିଲେ I ପ୍ରତେକ ମଣିଷ ନିଜର ଏହି ଅମୂଲ୍ୟ ଜୀବନକୁ ମନଭରି ଉପଭୋଗ କରିବା ଦରକାର I ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ସାଇକେଲ ଚାଳନା ର ନିହାତି ଆବଶ୍ୟକତା ରହିଛି I ପରିବେଶ ପ୍ରଦୂଷଣ ମୁକ୍ତ ଏହି ସାଇକେଲ ଯାତ୍ରାର ଲକ୍ଷ ରହିଥିବା କହିଛନ୍ତି ପ୍ରଦୀପ ଓ ସଂଗୀତା I କିଛି ସମୟ କୋଣାର୍କରେ ଅତିବାହିତ କରିବା ପରେ ଅପରାହ୍ନରେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଦମ୍ପତି ଦୁଇଜଣ ବାହାରିଥିଲେ । ଏହି ଦମ୍ପତ୍ତି ଙ୍କୁ କୋଣାର୍କ ଠାରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ