ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ କ୍ରସର ସିଲ

କୁକୁଡାଖଣ୍ଡି,(ବିଭୂନନ୍ଦନ ପଣ୍ଡା):ତହସିଲ ଅନ୍ତର୍ଗତ କୁସୁମୀ ମୌଜାରେ ସ୍ୱପ୍ନା ବେହେରାଙ୍କ ମାଲିକାନାରେ ଥିବା ଶୁଭମ ଷ୍ଟୋନ କ୍ରସରକୁ ଜିଲ୍ଲାପାଳଙ୍କ ନିଁର୍ଧେଶ କ୍ରମେ ସିଲ କରିଛନ୍ତି କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ। ଜିଲ୍ଲାପାଳଙ୍କ ନିଁର୍ଧେଶକ୍ରମେ କୁକୁଡାଖଣ୍ଡି ତହସିଲଦାର, ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଡେପୁଟି ଡାଇରେକ୍ଟର ମାଇନ୍ସ ବ୍ରହ୍ମପୁର, ବ୍ରହ୍ମପୁର ପ୍ରଦୂଷଣ ବିଭାଗ ଅଧିକାରୀ ଯୁଗ୍ମଭାବେ ଅଗଷ୍ଟ ୨୫ରେ ବିଭିନ୍ନ କ୍ରସରରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଥିଲେ। ପରେ ଶୁଭମ ଷ୍ଟୋନ କ୍ରସରର ପ୍ରଦୂଷଣ ସାର୍ଟିଫିକେଟ ନଥାଇ କ୍ରସର ଚାଲୁଥିବା ନେଇ ଜିଲ୍ଲାପାଳ ଙ୍କୁ ୪ଜଣିଆ ଯୁଗ୍ମ କମିଟି ରିପୋର୍ଟ ପ୍ରଦାନ କରିଥିଲେ। ପରେ ସେପ୍ଟେମ୍ବର ମାସରେ ଜିଲ୍ଲାପାଳ ଉକ୍ତ କ୍ରସରକୁ ସିଲ କରିବାକୁ ନିଁର୍ଧେଶ ଦେଇଥିଲେ। ଚଳିତ ମାସ ଉକ୍ତ ୪ଜଣିଆ ଯୁଗ୍ମକମିଟି ସହ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର, ଲାଠି ଆରଆଇ, ତହସିଲ ସୁପରଭାଇଜରଙ୍କ ଉପସ୍ଥିତିରେ ସିଲ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ