ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧି କହିଲେ “ବେଚେନ୍ଦ୍ର ମୋଦି’
ନୂଆଦିଲ୍ଲୀ: ଘରୋଇ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ସମର୍ଥନ ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରାୟତ କମ୍ପାନୀକୁ ତାଙ୍କୁ “ସୁଟ ବୁଟ ବନ୍ଧୁ’ଙ୍କୁ ବିକ୍ରି କରିଦେଉଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ମୋଦି ସରକାର ଏଭଳି ବିକିବା ପଦକ୍ଷେପକୁ ରାହୁଲ ଗାନ୍ଧି “ବେଚେନ୍ଦ୍ର ମାଦି’ (ବିକାଳି ମୋଦି) ବୋଲି କହିଛନ୍ତି । ଗୁରୁବାର ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧି ଏକ କାର୍ଟୁନ ଫଟୋକୁ ଟୁଇଟ କରି ଦେଶର ରାଷ୍ଟ୍ରାୟତ କମ୍ପାନୀର ଚିତ୍ର ବାବଦରେ ନିଜର ଏହି ମତ ରଖିଛନ୍ତି । ଯେଉଁଥିରେ ଋଣରେ ଫଶିଥିବା ବିମାନ କମ୍ପାନୀ ଏୟାର ଇଣ୍ଡିଆ, ତୈଳ କମ୍ପାନୀ ବିପିସିଏଲ ଏବଂ ଭାରତକୁ ପ୍ରଧାନମନ୍ତ୍ରୀ ମୋଦି ବିକ୍ରି କରୁଥିବାର ଏକ କାର୍ଟୁନ ଚିତ୍ର ପୋଷ୍ଟ କରିଛନ୍ତି । ଯାହାକୁ ଦେଶବାସୀ ପରିଶ୍ରମ କରି ଛିଡ଼ା କଲେ, ମୋଦି ସରକାର ସେହି ସଂସ୍ଥାକୁ ତାଙ୍କ “ସୁଟ ବୁଟ ସାଙ୍ଗ’ଙ୍କୁ ବିକ୍ରି କରି ଦେଉଛନ୍ତି । ମୋଦି ସରକାର ଏଭଳି ପଦକ୍ଷେପକୁ ରାହୁଲ ଗାନ୍ଧି “ବେଚେନ୍ଦ୍ର ମାଦି’ (ବିକାଳି ମୋଦି) ବୋଲି କଟାକ୍ଷ କରିଛନ୍ତି । ଦେଶରେ ଥିବା ରାଷ୍ଟ୍ରାୟତ କମ୍ପାନୀର କର୍ମଚାରୀଙ୍କ ପାଇଁ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ରହିଛି । ଏଭଳି ବିକ୍ରି ପ୍ରକ୍ରିୟାକୁ ସମସ୍ତ ରାଷ୍ଟ୍ରାୟତ କମ୍ପାନୀର କର୍ମଚାରୀ ବିରୋଧ କରୁଛନ୍ତି । ସେ ମଧ୍ୟ ତାଙ୍କ ସହିତ ରହିଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି ।