ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତଜିଲ୍ଲାପାଳ ଓ ଡିଏଲଓଙ୍କୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ୱାନ ରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର ଦାବୀରେ (୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଳନ ଅବସରରେ ) ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ( ଏଆଇଟିୟୁସି) ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲ।। । ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ପ୍ରବୀଣ କୁମାର ଦାଶଙ୍କ ନେତୃତ୍ୱରେ ବହୁ ଶ୍ରମିକ ନେତା, ଅଙ୍ଗନବାଡି କର୍ମୀ ଏବଂ ଶ୍ରମିକ ମାନେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ପରେ ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଓ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନାଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ୟ ପରିଷଦ ସଭ୍ୟ ନୀଳକଣ୍ଠ ଦାଶ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ, ପୁର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ନବୀନ ଚନ୍ଦ୍ର ଗୈାଡ, ଯୋଗୀ ଗୈାଡ , ସିକନ୍ଦର ଖାନ୍ , ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରାକସନ ୟୁନିୟନର ସନ୍ୟାସୀ ପ୍ରଧାନ, ମର୍ଜିତ ଖାନ୍‌, ନୀରଜଂନ ରାଉଳ , ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ମମତାଜ୍ ଖୁଣ୍ଟିଆ, ଉପସଭାନେତ୍ରୀ ମାଣିକେଶ୍ୱରୀ ପଟ୍ଟନାୟକ, କବିସୂର୍ଯ୍ୟନଗର ସଭାନେତ୍ରୀ ଲକ୍ଷ୍ମୀ ପ୍ରଧାନ ସମ୍ପାଦିକା ରୀତା ଦାଶ ଙ୍କ ସମେତ ବହୁ ଶ୍ରମିକ ନେତା, ଶ୍ରମିକ ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ