ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌ ଟିକା ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ -୧୯ ଚିକିତ୍ସା ପାଇଁ ଟିକା ପ୍ରସ୍ତୁତି ଦିଗରେ କି ପଦକ୍ଷେପ ଗ୍ରହଣ ହୋଇଛି ଏବଂ ଟିକା ପ୍ରସ୍ତୁତ ଦିଗରେ ଭାରତ କେତେ ଆଗେଇଛି, ତାହାର ସମୀକ୍ଷା କରିଛନ୍ତି। ଠିକ୍‌ ସମୟରେ ଟିକାକରଣ ନିଶ୍ଚିତ ଏବଂ କାର୍ଯ୍ୟକ୍ଷମ କରିବାପାଇଁ ମୋଦି ବିଭିନ୍ନ ଟେକ୍‌ନୋଲୋଜି ଉପକକରଣ ଗୁଡ଼ିକର ମୂଲ୍ୟାୟନ କରିବାକୁ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୋଦି ୪ଟି ମାର୍ଗଦର୍ଶିକା ଉପରେ ଗୁରୁତ୍ବାରୋପ କରିଛନ୍ତି। ମୋଦି କହିଛନ୍ତି ଯେ, ଅସୁରକ୍ଷିତ ଗୋଷ୍ଠୀଙ୍କୁ ପ୍ରଥମେ ଚିହ୍ନଟ କରିବାକୁ ହେବ। ସେମାନଙ୍କୁ ପ୍ରଥମେ ଟିକାକରଣ କରିବାକୁ ପଡ଼ିବ। ଏଥିସହିତ ଡାକ୍ତର, ନର୍ସ୍େ, ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ୍‌ ମୁକାବିଲା ଦିଗରେ ଥିବା ଆଗ ଧାଡ଼ିର ଯୋଦ୍ଧାମାନଙ୍କୁ ପ୍ରଥମେ ଟିକାକରଣ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ବିନା କୌଣସି ବାସସ୍ଥାନ ଜନିତ କଟକଣାରେ ଯେ କୌଦଣସି ବ୍ୟକ୍ତିଙ୍କୁ ଯେ କୌଣସି ସ୍ଥାନରେ ଟିକା ଦିଆଯାଇପାରିବ। ଟିକା ବିଶ୍ବବ୍ୟାପୀ ସର୍ବତ୍ର ସୁଲଭ ହେବା ଦରକାର। କୌଣସି ବ୍ୟକ୍ତି ଯେମିତି ଟିକା ପାଇବାରୁ ବଞ୍ଚିବ ନ ହେବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ଉତ୍ପାଦନଠାରୁ ଟିକାକରଣ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଭଲଭାବେ ଯାଞ୍ଚ କରିବା ଉଚିତ୍‌ ବୋଲି ମୋଦି କହିଛନ୍ତି। ସଠିକ୍‌ ସମୟ ମଧ୍ୟରେ ଟିକା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ