ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା): ଆମ ଦେଶର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜୟନ୍ତୀ ଉପଲକ୍ଷେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ସୁରାଟରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ବରେ ପ୍ରବାସୀ ଓଡିଆମାନେ ୨୦୦ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ଦାନ କରିଥିବା ଜଣାପଡ଼ିଛି। ସୁରତର ସାଂସଦ ସି.ଆର.ପଟିଲଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ପ୍ରବାସୀ ଓଡ଼ିଆ ସମାଜର ଦୁଇ ଶହରୁ ଉର୍ଦ୍ଧ୍ବ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ଆଇନ ପରାମର୍ଶ ଦାତା ସ୍ୱାତୀ ଦେବୀ, ଟ୍ରଷ୍ଟର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଜୟରାମ ବିଷୋୟୀ, ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ(ମୁନାଭାଇ), ସୂର୍ଯ୍ୟନାରାୟଣ ଜେନା, ଶଙ୍କର ପ୍ରସାଦ ସ୍ଵାଇଁ, ଶ୍ରୀନିବାସ ମହାପାତ୍ର, ସସ୍ମିତା ପାତ୍ର, ସଞ୍ଜୟ କୁମାର ସ୍ୱାଇଁ, ରଘୁନନ୍ଦନ ପାତ୍ର, ସନ୍ତୋଷ କୁମାର ସାହାଣୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ