ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପାରଳା ରେଳଷ୍ଟେସନ ନବୀକରଣର ଭିତ୍ତି ପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ରେଳଷ୍ଟେସନ ନବୀକରଣର ଭିତ୍ତି ପ୍ରସ୍ତର ସ୍ଥାପନ ଆଜି ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସି ମାଧ୍ୟମରେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପାରଳା ବିଧାୟକ କେ.ନାରାୟଣ ରାଓ, ପାରଳା ରାଜ କୁମାରୀ କଲ୍ୟାଣୀ ଗଜପତି, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ଯୋଗ ଦେଇଥିଲେ.ଏଠାରେ ସୂଚନାଯୋଗ୍ୟଯେ ଏହି ରେଳପଥରେ ଆହୁରି ଅଧିକ ରେଳ ଚଳାଚଳ ଓ ପାରଳା ରେଳଷ୍ଟେସନ ଉନ୍ନତି ପାଇଁ ପାରଳା ବିଧାୟକ କେ. ନାରାୟଣ ରାଓ ଅନେକ ସମୟରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ରେଳ ମନ୍ତ୍ରାଳୟ ଦିଲ୍ଲୀ, ବିଶାଖାପାଟଣାସ୍ଥିତ ଡି.ଆର୍.ଏମ୍ ଅଫିସ ଗସ୍ତ କରି ଦାବୀ ଜଣାଇଥିଲେ, ଏସବୁକୁ ଦୃଷ୍ଟିରେ ରଖାଯାଇ ପାରଳା ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଆଜି କରିଛନ୍ତି. ପ୍ରଧାନମନ୍ତ୍ରୀଙ୍କ ଏହି ଉନ୍ନତିକରଣ ଯୋଗୁଁ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକ ଶ୍ରୀ ରାଓ କୃତଜ୍ଞତା ଜଣାଇଛନ୍ତି. ଆଜିର ଏହି କାଯ୍ୟକ୍ରମ ପରେ ପାରଳା ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ହୋଇ ଆସିଥିବା ଦୀର୍ଘ ଦିନର ଦାବି ଆଜି ସଫଳ ହୋଇଥିବା ଯୋଗୁଁ ପାରଳା ଅଞ୍ଚଳବାସୀଙ୍କ ଠାରେ ଆନନ୍ଦର ଲହରୀ ଖେଳି ଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ