ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ଭାଗ ନେବେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସ୍ଵସ୍ତିକ ଦାସ ମହାପାତ୍ର
ରାଇରଙ୍ଗପୁର- ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ୨୦ଜାନୁଆରୀରେ ରାଷ୍ଟ୍ରୀୟ କାର୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ’ପରୀକ୍ଷା ପର ଚର୍ଚ୍ଚା ‘ରେ ସାରା ଭାରତରୁ ୨୨,୦୦୦ ହଜାର ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ୨୨ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ତନ୍ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ର ସ୍ଵସ୍ତିକ ଦାସ ମହାପାତ୍ର ଅନ୍ୟତମ। ଚୟନ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ସହଯୋଗରେ ଦିଲ୍ଲୀ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲ। ପୂର୍ବରୁ ଏସବୁ ପ୍ରଧାନମନ୍ତ୍ରୀଙ୍କ ପିଏମଓ ଅଫିସକୁ ପଠାଇ ଦିଆଯାଇଛି । ଏହିକ।ର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଏବଂ ପ୍ରଶ୍ନ ପଚାରିବାର ମଉକା ମିଳିବ । ସ୍ଵସ୍ତିକ ଜଣେ ମେଧାବୀ ଛାତ୍ର ଏବଂ ସଂଗୀତ ପ୍ରତି ରୁଚି ରଖନ୍ତି। ତାଙ୍କର ବାପା ତିରିଂ ବ୍ଲକର ବଡଡାଳିମାର ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଦାସ ମହାପାତ୍ର ଏବଂ ମାତା ହିନ୍ଦୀ ଶିକ୍ଷୟତ୍ରୀ ।