ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ଶ୍ରୀ ପିକେ ସିହ୍ନା

(ଯୁଗାବ୍ଦ ନ୍ୟୁଜ) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପିକେ ସିହ୍ନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଜୁନ ୧୩, ୨୦୧୫ରୁ ଅଗଷ୍ଟ ୩୦, ୨୦୧୯ ମଧ୍ୟରେ ଶ୍ରୀ ସିହ୍ନା କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିଥିଲେ । ସୁଚନାଯୋଗ୍ୟ ,
ସେ ଉତର ପ୍ରଦେଶ କ୍ୟାଡରର ୧୯୭୭ ବ୍ୟାଚର ଆଇଏଏସ ଅଧିକାରୀ । ତାଙ୍କ ଉଜ୍ଜ୍ୱଳ କ୍ୟାରିଅରରେ ଶ୍ରୀ ସିହ୍ନା ଶକ୍ତି ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଆଇଏଏସ ଭାବେ ତାଙ୍କ ଦୀର୍ଘ କ୍ୟାରିଅରରେ ଶ୍ରୀ ସିହ୍ନା ଉଭୟ ଉତର ପ୍ରଦେଶ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦ-ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ