ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ପାଇଁ ବିଜେପିର ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୩୦ ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ୍‌’ ର୍କ୍ୟାକ୍ରମର ୧୦୦ ତମ ସଂସ୍କରଣକୁ ଜିଲାରେ ବ୍ୟାପକ ଭାବେ ଆୟୋଜନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲା ଉପ-ସଭାପତି ତଥା ମନ କି ବାତର ିଜିଲା ସଂଯୋଜକ କମଲ ଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇାଇଅଛ । \”ମନ କି ବାତ୍‌\” ବାଲେଶ୍ୱର ଲୋକସଭା କ୍ଷେତ୍ର ପ୍ରଭାରୀ ମନସ୍ମିତା ଖୁଣ୍ଟିଆ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲା ସଭାପତି ଉମାକାନ୍ତ ମହାପାତ୍ର ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଉପାଦେୟ ମନ କି ବାତକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଉପସ୍ଥିତ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପ-ସଭାପତି କରୁଣା କର ପଣ୍ଡା, ଭୋଗରାଇ ନେତା ଅଂଶୁମାନ ମହାନ୍ତି, ସୋର ନେତା ରାକେଶ ମଲ୍ଲିକ, ସମ୍ପାଦକ ବିଭୁପଦ ଦାସ, ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ମମତା ମହାପାତ୍ର, ଜିଲା ସମ୍ପାଦିକା ସସ୍ମିତା ଚାନ୍ଦ, ମହୁଆ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲା ଗଣମାଧ୍ୟମ ସହ ସଂଯୋଜକ ଅନୀଲ କୁମାର ମହାନ୍ତି, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଶାନ୍ତନୁ ପଟ୍ଟନାୟକଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମନ କି ବାତ ସଂଯୋଜକ ଓ ପଦାଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ