ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ଶୁଣିଲେ ସଦର ନିର୍ବାଚନମଣ୍ଡଳୀର ଲୋକେ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନ କି ବାତ’ କାର୍ଯ୍ୟକ୍ରମ ସହ ଲୋକଙ୍କୁ ଯୋଡ଼ିବା ପାଇଁ ବିଜେପି ସଦର ଶାଖା ପକ୍ଷରୁ ମଙ୍ଗଳବାର ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପି ପକ୍ଷରୁ ସହରର ଆତିଥ୍ୟ ଭବନରେ ୧୦୦ ତମ ‘ମନ କି ବାତ’ କାର୍ଯ୍ୟକ୍ରମର ସିଧାପ୍ରସାରଣ ଆୟୋଜିତ ହୋଇଥିଲା । ମନ କି ବାତ କାର୍ଯ୍ୟକ୍ରମର ସଦର ସଂଯୋଜକ ରାଜେନ୍ଦ୍ର ଚାଟାର୍ଜୀ ଏହାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୂତପୂର୍ବ ସୈନିକ, ସହରର ପ୍ରତିଷ୍ଠିତ ବ୍ୟକ୍ତି, ବ୍ୟବସାୟୀ, ଜନସାଧାରଣଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନ କି ବାତକୁ ଶୁଣିଥିଲେ । ଅନୁରୂପ ଭାବେ ସଦର ନିର୍ବାଚନମଣ୍ଡଳୀର ୨୬ ଗୋଟି ପଞ୍ଚାୟତ, ମ୍ୟୁନିସିପାଲଟିର ବିଭିନ୍ନ ୱାର୍ଡ ଏବଂ ବୁଥ ସ୍ତରରେ ଏହି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋିଥିଲା । ୩ ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦେଶର ସବୁଠୁ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ରାଷ୍ଟ୍ର ନିର୍ମାଣରେ ସାଧାରଣ ନାଗରିକଙ୍କ ଯୋଗଦାନକୁ ଦେଶବାସୀଙ୍କ ସମ୍ମୁଖକୁ ଆଣିବାରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ କି ବାତ କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା ସଦର ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କୁ ଶ୍ରୀ ଦତ୍ତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରମାକାନ୍ତ ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ଗଙ୍ଗାଧର ରାଉତ, ସୁଜିତ ଦେବ, ଭୁତପୂର୍ବ ସୈନିକ ଡମ୍ବରୁଧର ରାଉତ, ମହାବୀର ପ୍ରସାଦ ଦତ୍ତ, ମିହିର ବାରିକ, ବୈଲୋଚନ ଦାଶ, ଲକ୍ଷ୍ମୀଧର ବେହେରା, ହରେନ୍ଦ୍ର ପ୍ରଧାନ, ଉପେନ୍ଦ୍ର ଶତପଥୀ, କାଉନସିଲର ପ୍ରତିମା ବେହେରା, ସସ୍ମିତା ନାଥ, ରୋଜାଲିନ ପାଣି, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, କାର୍ତ୍ତିକ ରାଉତଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ । କାଉନସିଲର ସତ୍ୟଶିବ ସୁନ୍ଦର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ