ପ୍ରଧାନମନ୍ତ୍ରୀଙ୍କ ୧୧୫ ତମ ମନ୍-କି-ବାତ୍ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିଶ୍ଵର ସର୍ବାଦୃତ ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍-କି-ବାତ୍ ର ୧୧୫ ତମ ସଂସ୍କରଣ ଆଜି ଦିବା ୧୧ ସମୟରେ ପ୍ରସାରିତ ହୋଇଯାଇଛି। ଏଥରେ ସବୁଥର ଭଳି ଅନେକ ବିନ୍ଦୁ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ। ସବୁଠାରୁ ଦୁଇଟି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆନିମେସନ୍ ଦୁନିଆରେ ଭାରତ ଏକ ନୂତନ ବିପ୍ଳବ ଆଡକୁ ଗତି କରୁଛି ଏବଂ ଦେଶକୁ ବିଶ୍ୱ ଆନିମେସନ୍ ପାୱାରହାଉସ୍ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତିି। ‘ଛୋଟା ଭୀମ’, ‘ହନୁମାନ’ ଏବଂ ‘ମୋଟୁ-ପତଲୁ’ ପରି ଭାରତୀୟ ଆନିମେଟେଡ୍ ସିରିଜର ଲୋକପ୍ରିୟତା ବିଷୟରେ ସେ ଉଲ୍ଲେଖ କରିଥିଲେ। ଆଜିର ମନ୍-କି-ବାତ୍ କାର୍ଯ୍ୟକ୍ରମରେ ସବୁଠାରୁ ଅଧିକ ପ୍ରେରଣାଦାୟୀ ବିଷୟ ଥିଲା ବୈଦୁତିନ ଗିରଫ ବା ଡିଜିଟାଲ ଆରେଷ୍ଟ। ଯେଉଁଥିରେ ପ୍ରଥମ ଥର ପାଇଁ ପିଏମ ମୋଦୀ ଡିଜିଟାଲ ଗିରଫ ଘଟଣା ବିଷୟରେ କହିଥିଲେ ଏବଂ ଲୋକଙ୍କୁ ସଚେତନ କରାଇଥିଲେ। ଏହା ବ୍ୟତୀତ ସେ ଏହାକୁ ରୋକିବା ପାଇଁ ଉପାୟ ବିଷୟରେ ମଧ୍ୟ କହିଥିଲେ। ମନ୍-କି-ବାତ୍ ଶୁଣିବା ପାଇଁ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ବାଳ, ଜିଲ୍ଲା ଉପସଭାପତି କମଳଲୋଚନ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସୁସ୍ମିତା ପଣ୍ଡା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ଓ ମଧୁଶ୍ରୀ ପଣ୍ଡା ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ