ପ୍ରଧାନମନ୍ତ୍ରୀ,ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି
ହାଟଡ଼ିହି, : (ସୌମ୍ୟରଞ୍ଜନ ଆଚାର୍ଯ୍ୟ ) ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସାଇକେଲରେ ଯାଇଥିବା ଦୁଇ ଓଡିଆ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ମହାନଦୀ ଜଳବିବାଦର ସମାଧାନ ନିମନ୍ତେ କଟକରୁ ସାଇକେଲ ଯୋଗେ ଦିଲ୍ଲୀ ଯାତ୍ରା କରିଥିବା ଆନନ୍ଦପୁର ତରତରାର ଛାତ୍ର ଶୁଭ୍ରଜିତ ବାରିକ ଓ ମାହାଙ୍ଗାର କ୍ରିଷ୍ଣକାନ୍ତ ଷଡଙ୍ଗୀ କେନ୍ଦ୍ରାପଡାର ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଦ୍ୱୟଙ୍କ ଏପରି ପଦକ୍ଷେପକୁ ପ୍ରସଂଶା କରିବା ସହିତ ତୁରନ୍ତ ମହାନଦୀ ଜଳବିବାଦର ସମାଧାନ କରିବା ସହିତ ତୁମମାନଙ୍କର ପରିଶ୍ରମ ସାର୍ଥକ ହେବବୋଲି ପ୍ରତିଶୃତି ଦେଇଛନ୍ତି । ଛାତ୍ରଦ୍ୱୟ ଦିଲ୍ଲୀରେ ପହଞ୍ଚିବାପରେ ଦିଲ୍ଲୀର ପ୍ରବାସୀ ଓଡିଆ ଗୋବର୍ଦ୍ଧନ ଧଳ, ଅଜୟ ବେହେରା, ସଞ୍ଜୟ ଆଚାର୍ଯ୍ୟ, ରାଜ୍ୟ ବିଜୁ ଜନତା ଦଳର କୃଷକ ସମ୍ପାଦକ ଉମା ସାମନ୍ତରାୟ ପ୍ରମୁଖ ଛାତ୍ରଦ୍ୱୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ତାଙ୍କ ଏପରି ଉଦ୍ୟମକୁ ପ୍ରସଂଶା କରିଥିଲେ ।