ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଧିରେ ଧିରେ ବ୍ୟାପୁଥିବାର ଲାଗିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏ ନେଇ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଟ୍ବିଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ବିଶ୍ଵ ମହାମାରୀ କରୋନା ଭୂତାଣୁର ବଢୁଥିବା ପ୍ରକୋପ ବିଷୟରେ ମୁଁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଶବାସୀଙ୍କ ସହିତ ଆଜି ବାଣ୍ଟିବି। ପୂର୍ବରୁ ଚଳିତ ମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କରୋନା ଭୂତାଣୁଠାରୁ ସତର୍କ ରହିବା ସହ ଏହା ବିରୋଧରେ ଲଢ଼େଇ କରିବାରେ ଜନତାଙ୍କ ସହଯୋଗ କାମନା କରିଥିଲେ । ଫଳରେ ମାର୍ଚ୍ଚ ୨୨ରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଗତ ରବିବାର ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା। ମଙ୍ଗଳବାର ରାତି ୮ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ କଣ କହିବେ ସେ ନେଇ ଉତକୁଣ୍ଠର ସହ ଅପେକ୍ଷା କରିଛନ୍ତି ଦେଶବାସୀ,