ପ୍ରଧାନମନ୍ତ୍ରୀ ଆବାସ ଦୁର୍ନିତି ନେଇ ଵିଜେପି ତରଫରୁ ବହଳଦା ବ୍ଳକ ଘେରାଉ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଭାରତର ଯଶ୍ବଷୀ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଥିଲା ଭାରତର ସମସ୍ତ ଲୋକେ କଚାଘର ଛାଡି କଂକ୍ରିଟ ଛାତ ଘରେ ମୁଣ୍ଡ ଗୁଞ୍ଜିଵେ ।ଏହାକୁ ନେଇ ୨୦୧୭ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ କରୁଛନ୍ତି ଓଡିଶାକୁ ଇତିମଧ୍ଯରେ ୧୭ଲକ୍ଷ ଆବାସ ଘର ମଂଜୁର କରିଛନ୍ତି ।ହେଲେ ଆବାସ ଯୋଜନାରେ ଦଲାଲରାଜ,ପ୍ରିୟାପ୍ରତିପୋଷଣ,ମିଥ୍ଯାବିଲ୍ ,ପ୍ରକୃତ ହିତାଧିକାରୀ ବଂଚିତ ହୋଇଛନ୍ତି ।ଅପାରଗ ପ୍ରଶାସନ ଅଧିକାରୀ,ଅସାଧୁ ଜନପ୍ରତିନିଧି, ଅସାଧୁ ଯନ୍ତ୍ରୀ ଓ ଦଲାଲଙ୍କ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରିନାହିଁ ।କୋଟି କୋଟି ଟଙ୍କା ଦୁର୍ନିତି ହୋଇଥିବା ବିଜେପି ଅଭିଯୋଗ କରିଛି ।ଏହି ମହା ଦୁର୍ନିତିକୁ ନେଇ ବିଜେପି ତରଫରୁ ସାରା ରାଜ୍ଯର ବ୍ଲକ ସମ୍ମୁଖରେ ଧାରଣା,ଘେରାଉ ନିଷ୍ପତ୍ତି ନିଆଯାଇଛି ।ସୋମବାର ଦିନ ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକରେ ବହଳଦା ବିଜେପି ଜୋନ ମଣ୍ଡଳ ସଭାପତି୧- ଶ୍ରୀକାନ୍ତ ମହାନ୍ତ,ଜୋନ-୨ ସଭାପତି ମାଧବ ମହାପାତ୍ରଙ୍କ ନେତୃତ୍ବରେ ଆବାସ ଯୋଜନା ଦୁର୍ନିତି ବିରୋଧରେ ବହଳଦା ବ୍ଳକ ଘେରାଉ ହୋଇଥିଲା ।ଏହି ବିକ୍ଷୋଭରେ ପଶ୍ଚିମ ମୟୃରଭଂଜ ବିଜେପି ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ଏସ ମୋର୍ଚା ଜିଲ୍ଲା ସଭାପତି କିଶୋର ରଜକ,ଓବିସି ମୋର୍ଚା ସଭାପତି ଘାଷୀନାଥ ସାହୁ,କୃଷକ ମୋର୍ଚା ସଭାପତି ଜୟନ୍ତ କୁମାର ମହାପାତ୍ର,ମହିଳା ନେତ୍ରୀ ରାଣୀ ମଣ୍ଡଳ,୨୫ ନମ୍ବର ଜିଲ୍ଲା ପରିଷଦ ସଦସ୍ଯ କମଳାକାନ୍ତ ନାଏକ,୨୬ ନମ୍ବର ଜିଲ୍ଲା ସଭାପତି ସୁନିଲ ମହାନ୍ତ,ସାଂସଦ ପ୍ରତିନିଧି ସଂଗ୍ରାମ ହାଁସଦାଃ,ବିଧାୟକ ପ୍ରତିନିଧି ହିରଣ ବସା,ଜିତେନ୍ଦ୍ର ସାହୁ,ଶୁକଦେବ ସାହୁ,ଜିଲ୍ଲା ଉପ ସଭାପତି ହରମୋହନ ବେହେରା,,ଯୁବ ସଂପାଦକ ରାହୁଲ ପାତ୍ରସତ୍ଯ ବସା,ସୁଦର୍ଶନ ସବସା,ସନ୍ତୋଷ ମହାପାତ୍ର,ଟୁଲୁ ସାହୁ,ସନ୍ତୋଷ ମହାପାତ୍ର ସମେତ ଦଳୀୟ କର୍ମି ସାମିଲ ହୋଇଥିଲେ ।ବ୍ଳକରେ ଚାଲିଥିବା ଆବାସ ଦୁର୍ନିତି ଉପରେ ଦଳୀୟ ନେତୃବୃନ୍ଦ ଗୁରୁତର ଅଭିଯୋଗ କରିଥିଲେ ।ପରେ ବିଡିଓଙ୍କ ଜରିଆରେ ରାଜ୍ଯପାଳଙ୍କ ଉଦେଶ୍ଯରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଦୁର୍ନିତିଗ୍ରସ୍ତଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

 
            
