ପ୍ରଧାନମନ୍ତ୍ରୀ ଆବାସ ପିଛା ଦୁଇ ହଜାର ଆଦାୟ ଅଭିଯୋଗ

ହାଟଡ଼ିହି, : ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଚଷାଖଣ୍ଡ ଗ୍ରାମରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହେଉ ନଥିବା ୱାର୍ଡସଭ୍ୟାଙ୍କ ସମେତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେବାପାଇଁ ହିତାଧିକାରୀଙ୍କ ଠାରୁ ଦୁଇ ହଜାର କରି ଆଦାୟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ଦୀର୍ଘଦିନ ହେବ ପଞ୍ଚାୟତର ଏହି ୧୦ନଂ ୱାର୍ଡରେ କୌଣସି ଉନ୍ନତି ମୁଳକ କାର୍ଯ୍ୟ କରାଯାଉ ନାହିଁ । ଏହି ୱାର୍ଡର ରାସ୍ତା, ପାନୀୟଜଳ ସମସ୍ୟା ଲାଗି ରହିଥିଲେବି କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ବର୍ଷ ବର୍ଷ ହେଲା ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ହିତାଧିକାରୀ ମାନଙ୍କୁ ଦିଆଯାଉ ନାହିଁ । ଯେଉଁ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ବିଜୁ ପକ୍କାଘର ପାଇବାକୁ ଯୋଗ୍ୟ ସେମାନଙ୍କ ଠାରୁ ପିଇଓ ୨ହଜାର କରି ଆଦାୟ କରୁଛନ୍ତି । ନଚେତ ଘର ଦିଆଯିବ ନାହିଁ ବୋଲି କହି ଧମକ ଦେଉଛନ୍ତି । ଫଳରେ ଲୋକମାନେ ବାଧ୍ୟହୋଇ ଦୁଇହଜାର କରି ହାତଗୁଞ୍ଜା ଦେଉଥିବା ୱାର୍ଡସଭ୍ୟା ସୁକୁମାରୀ ପାଗଳ, ପ୍ରଭାକର ପାଗଳ, ଭାଗିରଥି ପଲେଇ, ପ୍ରମୋଦ ବିଶ୍ୱାଳ, ବାଇଧର ବାରିକ ପ୍ରାଣବନ୍ଧୁ ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି ।ଏପରିକି ସରପଞ୍ଚ ସେମାନଙ୍କ ସହ ସାଲିସ ଥିବାରୁ ଆମର ଅଭିଯୋଗକୁ କଣ୍‌ର୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ସାକ୍ଷାତକରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ପି.ଇ.ଓ ରମା ମାଝୀଙ୍କୁ ପଚାରିବାରେ ସେ ଏ ସବୁ ମିଥ୍ୟା ଅଭିଯୋଗ ବୋଲି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ