ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୫ ଲକ୍ଷ ମଞ୍ଜୁରି

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)- ପିଏମଏୱାଇ-ୟୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି । ସହରାଂଚଳରେ ୧୧୨ ଲକ୍ଷ ଆବାସ ନିର୍ମାଣଲାଗି ଚାହିଦା ରହିଥିବା ବେଳେ ବର୍ତମାନ ସୁଦ୍ଧା ୮୫ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁରିମିଳିଛି । ଏଥି ମଧ୍ୟରୁ ପାଖାପାଖି ୫୧ ଲକ୍ଷ ଆବାସ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଥିବାବେଳେ ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି । ଏହି ଉପଲବ୍ଧିର ନାୟକମାନଙ୍କୁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ହିତାଧିକାରୀ ମାନଙ୍କ ପାଇଁ “ଶ୍ରେଷ୍ଠ ଆବାସ ନିର୍ମାଣ” ନିମନ୍ତେ ପିଏମଏୱାଇ (ୟୁ) ୨୦୧୯ର ଘୋଷଣା କରାଯାଇଛି । ଏହାରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, ପୌର ପ୍ରଶାସନ ଏବଂ ହିତାଧିକାରୀମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବ । ଗତ ଫେବୃଆରୀ ୨୦୧୯ରେ ଆବାସ ଏବଂ ସହରାଂଚଳ ବ୍ୟାପାରରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହରଦୀପ ସିଂ ପୁରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମଏୱାଇ-ୟୁମୋବାଇଲ ଆପରେ ହିତାଧିକାରୀ ମାନଙ୍କ ଅଂଶଗ୍ରହଣ ଉତ୍ସାହଜନକ ରହିଛି । ଏହାଦ୍ୱାରା ଅଭିଯାନ ସହିତ ହିତାଧିକାରୀ ମାନେ ସିଧାସଳଖ ଯୋଡ ହୋଇପାରିଛନ୍ତି । ବିଭିନ୍ନରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଥିବା ପାଖାପାଖି ୮୫ ହଜାର ହିତାଧିକାରୀ ଏହାସହ ଯୋଡ଼ିହୋଇଛନ୍ତିଏବଂ ୨ଲକ୍ଷରୁ ଊଦ୍ଧ୍ୱର୍ ଫଟୋ ମିଳିସାରିଛି । ଏହିକାରଣରୁ ପିଏମଏୱାଇ-ୟୁ ପୁରସ୍କାର-୨୦୧୯ରେ ଅଂଶଗ୍ରହଣ କରିବାର ତାରିଖ ୩୧ ଅଗଷ୍ଟ ୨୦୧୯କୁ ବୃଦ୍ଧିକରାଯିବା ଲାଗି ନିଷ୍ପତି ନିଆଯାଇଛି । ଏଥିସହିତ ଏକ ନୂତନ ବର୍ଗରେ ପୁରସ୍କାର ଦିଆଯିବା ଲାଗି ନିଷ୍ପତି ନିଆଯାଇଛି । ପିଏମଏୱାଇ-ୟୁମୋବାଇଲ ଆପ ଜରିଆରେ ସର୍ବାଧିକ ପ୍ରତିଶତ ଫଟୋ ମିଳୁଥିବା ରାଜ୍ୟକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ । ଏହି ସ୍ୱତନ୍ତ୍ର ପୁରସ୍କାର ଦ୍ୱାରା ଦେଶରରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି ଉତ୍ସାହିତ ହେବେ, ଫଳରେ ଲକ୍ଷଲକ୍ଷ ଲୋକଙ୍କ ବାସଗୃହ ନିର୍ମାଣ ସ୍ୱପ୍ନ ପୂରଣ ହୋଇପାରିବ ।ଏହାମଧ୍ୟ ହିତାଧିକାରୀମାନଙ୍କୁ ସ୍ଥାୟୀ ପଦ୍ଧତି ଉପଯୋଗ କରି ସୁନ୍ଦର ଆବାସ ନିର୍ମାଣ ପାଇ ଁପ୍ରେରଣା ଯୋଗାଇବ । ଅଧିକ ସୁନ୍ଦର ଏବଂ ଅଭିନବ ଢଙ୍ଗରେ ଆବାସ ନିର୍ମାଣ କରିଥିବା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ରହିତାଧିକାରୀଙ୍କୁ “ହିତାଧିକାରୀ-ନେତୃତ୍ୱ ନିର୍ମାଣ” ବର୍ଗରେ ପୁରସ୍କୃତ କରାଯିବାଲାଗି ମଧ୍ୟ ନିଷ୍ପତି ନିଆଯାଇଛି ।ପିଏମଏୱାଇ-ୟୁମୋବାଇଲ ଆପ ହିତାଧିକାରୀଙ୍କ ପାଇ ଁଡିଜାଇନ କରାଯାଇଛି । ଏଥିରେ ସେମାନେ ନିଜ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଂଚଳବାସ ଗୃହର ଉଚ୍ଚମାନର ଫଟୋ ଅପଲୋଡ୍କରିବା ସହିତ ସଫଳ ଘର ମାଲିକ ହେବାର କାହାଣୀ ଅପଲୋଡ କରିପାରିବେ । ଏଥିରେ ସେମାନଙ୍କ ଆତ୍ମସମ୍ମାନ ବୃଦ୍ଧି, ସାମାଜିକ ଉନ୍ନତି, ପରିବାରର ସୁରକ୍ଷା ଏବଂ ନିରାପତା, ନାବାଳିକାଙ୍କ ପାଇଁସୁରକ୍ଷିତ ପରିବେଶ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ଉନ୍ନତ ପରିବେଶ ଆଦିର ଭାବନାତ୍ମକ କାହାଣୀ ରହିବ ।ଏହି ପୁରସ୍କାର ପାଇ ଁଚୟନ ପ୍ରକ୍ରିୟାକୁ ଅତ୍ୟନ୍ତ ପାରଦର୍ଶୀ କରାଯାଇଛି ।ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଏମଆଇଏସ ବ୍ୟବସ୍ଥାରେ କରାଯାଉଥିବା ଅପଲୋଡର ଅଗ୍ରଗତିସହିତ ଏହାକୁ ଯୋଡ଼ାଯାଇଛି । ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ବିଜେତା ମାନଙ୍କୁ ପୁରସ୍କୃତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ